
ଭୁବନେଶ୍ୱର, 22 ଜୁନ୍ (ହି.ସ.)- ଯାଜପୁର ଜିଲା କୋରେଇ ଥାନା ପୂର୍ବକୋଟ୍ ତେଲେଙ୍ଗା ବସ୍ତି କାଜଳେଇ
ହାଇସ୍କୁଲ ସମ୍ମୁଖରେ 4 ରାଉଣ୍ଡ ଗୁଳି ଫୁଟାଇ ଆତଙ୍କ ଖେଳାଇଛନ୍ତି ଦୁର୍ବୁତ୍ତ । ଯାହାର
ଭିଜୁଆଲ ସିସିଟିଭିରେ କଏଦ ହୋଇଛି । 2 ବନ୍ଧୁକ ଦୁଇ ହାତରେ ଧରି ଗୋଟିଏ ବାଇକକୁ ଅନ୍ୟ ଏକ ବାଇକ୍ ପଛରେ ବସି
ଗୋଡାଇ ଗୋଡାଇ ଫିଲ୍ମ ଷ୍ଟାଇଲ୍ ରେ 4 ରାଉଣ୍ଡ ଗୁଳି ଫୁଟାଇଛନ୍ତି ଦୁଇ ଦୁର୍ବୁତ୍ତ । ଆଉ ସୌଭାଗ୍ୟକ୍ରମେ ଗୁଳି ଦେହରେ ନବଜି ବାଇକରେ
ବାଜିଛି । ଆଉ ଏ ସବୁ ଭିଜୁଆଲ ସିସିଟିଭିରେ କଏଦ ହୋଇଥିବା ଦେଖିବାକୁ ମିଳିଛି । କୋରେଇ ପୋଲିସ
ଘଟଣାସ୍ଥଳରେ ପହଞ୍ଚି ଗୁଳି ବାଜିଥିବା ବାଇକ୍ ଓ ଗୋଟିଏ ଖୋକା ଜବତ କରିଥିବା ଜଣାପଡିଛି । ତେବେ
ଏହି ଗୁଳିକାଣ୍ଡରେ 6 ଜଣ ସମ୍ପୃକ୍ତ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଥିବା ବେଳେ ଦିନ
ଦିପହରରେ ବନ୍ଧୁକ ମୁନରେ ରାସ୍ତାରେ ଗୋଡାଇ ଗୋଡାଇ ଆତଙ୍କ ଖେଳାଇ ଥିବା ଦୁର୍ବୁତ୍ତ ମାନଙ୍କୁ
ତୁରନ୍ତ ଗିରଫ କରିବା ପାଇଁ କୋରେଇ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା