
ଭୁବନେଶ୍ୱର, 22 ଜୁନ୍ (ହି.ସ.)- ନିଟ୍ ପାଇଁ
ଆରଆଇ ଅମିନ ପରୀକ୍ଷାକୁ ଘୁଂଚାଯାଇଥିବା ରାଜସ୍ୱ ଓ ବିପର୍ଯୟ ଓ ପରିଚାଳନା ମନ୍ତ୍ରୀ ସୁରେଶ
ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଓଏସଏସଏସସି ଆରଆଇ,ଅମିନ ପରୀକ୍ଷା କରେ । ନିଟ
ପାଇଁ ଏହି ପରୀକ୍ଷା ଜୁନ 20 ପରିବର୍ତ୍ତେ ଜୁନ 28 କୁ ଘୁଞ୍ଚା ଯାଇଛି । ତେବେ ଆବେଦନକାରୀଙ୍କ ସୁବିଧା ପାଇଁ ଆବଶ୍ୟକ
ପଡିଲେ, ତାରିଖରେ
ପରିବର୍ତ୍ତନ ହୋଇପାରେ । କେହି ପରୀକ୍ଷା ଦେବାରୁ ବଞ୍ଚିତ ନ ହୁଅନ୍ତୁ, ସରକାର
ଏହା ଚାହାଁନ୍ତି । ଏହାର ପୁନଃ ବିଚାର କରିବାକୁ ଆଜି ଓଏସଏସଏସସିସହ
ଆଲୋଚନା କରିବି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା