
ଭୁବନେଶ୍ୱର, ୨୨ ଜୁନ୍ (ହି.ସ)- ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନମାନଙ୍କର ସଂଶୋଧିତ ଇଂରାଜୀ ବନାନ ସଙ୍କଳିତ ବିଜ୍ଞପ୍ତି ପ୍ରକାଶ ପାଇଛି ।୨୬ ଜିଲ୍ଲାର ମୋଟ ୬୪ଟି ସ୍ଥାନର ଇଂରାଜୀ ଉଚ୍ଚାରଣକୁ ପରିବର୍ତନ କରାଯାଇଛି। କେବଳ ଇଂରାଜୀ ଉଚ୍ଚାରଣରେ ସଂଶୋଧନ କରାଯାଇଥିବା ବେଳେ ନାମରେ କୌଣସି ପରିବର୍ତନ ହୋଇନାହିଁ। ଏନେଇ ସୋମବାର ଦିନ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତି ହୋଇଥିଲା। ବିଜ୍ଞପ୍ତି ଅନୁଯାୟୀ ଅନୁଗୋଳ ବଦଳରେ ଅନୁଗୁଳ, ଖୋରଧା ବଦଳରେ ଖୋର୍ଦ୍ଧା , ବରଗର ବଦଳରେ ବଡଗଡ଼ ଉଚ୍ଚାରଣ କରାଯିବ। ସେହିପରି ଦେଓଗର ହୋଇଛି ଦେବଗଡ଼, କେନ୍ଦ୍ରାପରା ନୁହେଁ କେନ୍ଦ୍ରାପଡ଼ା , ଆଠଗର ହୋଇଛି ଆଠଗଡ଼।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା