
ଭୁବନେଶ୍ୱର, 22 ଜୁନ୍ (ହି.ସ.)- ଆଜି ପ୍ରାକ ମୌସୁମୀ
ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସନ୍ଧ୍ୟା 5 ଟାରେ
ବସିବ ବୈଠକ। ଯେଉଁ ବିଭାଗ ପ୍ରାକୃତିକ ବିପର୍ଯୟ ସହ ସମ୍ପୃକ୍ତ, ସେମାନଙ୍କ
ସମେତ ସାଂସଦ ଓ ବିଧାୟକ ଯୋଗ ଦେଇ ବାର୍ଷିକ ଖସଡ଼ା ପ୍ରସ୍ତୁତ କରନ୍ତି । ତା ପରେ ଜିଲ୍ଲାର
ଖସଡ଼ା ପ୍ରସ୍ତୁତ ହେବ ବୋଲି ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା
ଦେଇଛନ୍ତି ।
ରାଜସ୍ୱ ମନ୍ତ୍ରୀ କହିଛନ୍ତି
ଯେ, ଜିଲ୍ଲାର ପାଣିପାଗ ସ୍ଥିତି ଯେପରି ମରୁଡି,
ବନ୍ୟା, ତାକୁ ଦେଖି ଆଲୋଚନା ହେବ । ପ୍ରତି 7 ବର୍ଷରେ
ତାପମାତ୍ରା ବୃଦ୍ଧି ଯୋଗୁଁ ଏଲନିନୋ ଆସେ । ସାରା ଦେଶ ସହ ଓଡ଼ିଶାରେ ବୃଷ୍ଟିପାତ କମ ହେବ ବୋଲି
ଆକଳନ ହୋଇଛି । ତେବେ ସ୍ୱାଭାବିକ ଭାବେ 1450
ମିଳିମିଟର ହେବା ନେଇ ଆଶା ଅଛି । କଂଟିଜେନ୍ସି ପ୍ଲାନ କରାଯାଇଛି । ଜଳ ସମ୍ପଦ ବିଭାଗର ସହଯୋଗରେ
ଜଳ ସଂରକ୍ଷଣ ପାଇଁ ଆଲୋଚନା ସରିଛି । ଯଦି 5
% କମ ବର୍ଷା ହେଲେ ବି, କଂଟିଜେନ୍ସିପ୍ଲାନ
କାମ କରିବ । ବନ୍ୟା, ବାତ୍ୟା ପାଇଁ ପ୍ରସ୍ତୁତି ହୋଇଛି । ମରୁଡି ମୁକାବିଲା ପାଇଁ ବି ଆଗୁଆ
ପଦକ୍ଷେପ ନିଆଯାଉଛି । ପାଣିପାଗର ଗତିକୁ ଦେଖି ପରାମର୍ଶକୁ ଗୁରୁତ୍ୱ ଦିଆଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା