ସୁରକ୍ଷା ପ୍ରତି ଉତ୍କୃଷ୍ଟ ସତର୍କତା ପାଇଁ ଟ୍ରାକ୍ ମେେଂଟନରଙ୍କୁ ସମ୍ମାନିତ କଲା ପୂର୍ବତଟ ରେଳପଥ
ଭୁବନେଶ୍ୱର, ୨୨ ଜୁନ୍ (ହି.ସ)- ସୁରକ୍ଷିତ ରେଳ ଚଳାଚଳ ସୁନିଶ୍ଚିତ କରିବା ଦିଗରେ ଅସାଧାରଣ ସତର୍କତା ଏବଂ ନିଷ୍ଠା ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ତୁରେକେଲା ରୋଡର ଟ୍ରାକ୍ ମେେଂଟନର-୪ ରାମଦେବ ମଣ୍ଡଳଙ୍କୁ ''ସୁରକ୍ଷା ପୁରସ୍କାର'' ରେ ସମ୍ମାନିତ କରାଯାଇଛି
fhgrdj


ଭୁବନେଶ୍ୱର, ୨୨ ଜୁନ୍ (ହି.ସ)- ସୁରକ୍ଷିତ ରେଳ ଚଳାଚଳ ସୁନିଶ୍ଚିତ କରିବା ଦିଗରେ ଅସାଧାରଣ ସତର୍କତା ଏବଂ ନିଷ୍ଠା ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ତୁରେକେଲା ରୋଡର ଟ୍ରାକ୍ ମେେଂଟନର-୪ ରାମଦେବ ମଣ୍ଡଳଙ୍କୁ 'ସୁରକ୍ଷା ପୁରସ୍କାର' ରେ ସମ୍ମାନିତ କରାଯାଇଛି।

ଗତ ୨୫ ମେ ୨୦୨୬ ଗ୍ରୀଷ୍ମକାଳୀନ ପାଟ୍ରୋଲିଂ କାର୍ଯ୍ୟ କରୁଥିବା ସମୟରେ, ଶ୍ରୀ ମଣ୍ଡଳ ତୁରେକେଲା ରୋଡ୍ ୟାର୍ଡର ଡାଉନ୍ ଲାଇନରେ କିଲୋମିଟର ୧୫୪/୩୦-୩୨ ଠାରେ ଏସଇଜେ ଟଙ୍ଗ୍ ରେଳରେ ଏକ ଫାଟ ଥିବା ଚିହ୍ନଟ କରିଥିଲେ। ସେ ସଙ୍ଗେ ସଙ୍ଗେ ଆବଶ୍ୟକୀୟ ସୁରକ୍ଷା ପଦକ୍ଷେପ ଗ୍ରହଣ କରି ଟ୍ରେନ୍ ନମ୍ବର ୫୮୫୨୮ ବିଶାଖାପାଟଣା-ରାୟପୁର ପାସେଞ୍ଜରକୁ ଅଟକାଇଥିଲେ ଏବଂ ଠିକ୍ ସମୟରେ ନିଜ ସୁପରଭାଇଜରଙ୍କୁ ସୂଚନା ଦେଇଥିଲେ, ଯାହା ଫଳରେ ଏକ ସମ୍ଭାବ୍ୟ ସୁରକ୍ଷା ବିପଦକୁ ଟାଳିବାରେ ସଫଳ ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande