
ଭୁବନେଶ୍ୱର, 22 ଜୁନ୍ (ହି.ସ.) - ରାଜ୍ୟସଭା
ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗରେ ବିଜେଡିକୁ ଝଟକା। ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ
କଲେ ବାଚସ୍ପତି ସୁରମା ପାଢ଼ୀ। ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ରମାକାନ୍ତ ଭୋଇ, ନବ ମଲ୍ଲିକ, ସୁବାସିନୀ ଜେନା, ଚକ୍ରମଣି
କହଁର,
ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ବିରୋଧରେ ଅଭିଯୋଗ ଆଣିଥିଲା
ବିଜେଡି। ସଂପୃକ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଆବେଦନ କରିଥିଲା ବିଜେଡି। ବିଜେଡିର
ଆବେଦନକୁ ଖାରଜ କରିଦେଇଛନ୍ତି ବାଚସ୍ପତି।
ଗତ ମାର୍ଚ୍ଚରେ ଅନୁଷ୍ଠିତ
ହୋଇଥିଲା ରାଜ୍ୟସଭା ନିର୍ବାଚନ। ୮ ବିଧାୟକଙ୍କ ବିରୋଧରେ କ୍ରସ ଭୋଟିଂ ଅଭିଯୋଗ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା