
ଭୁବନେଶ୍ବର, 22 ଜୁନ୍ (ହି.ସ.) - ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟର ସ୍ୱାସ୍ଥ୍ୟ ମିତ୍ର ମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ସୋମବାର ସାକ୍ଷାତ କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ ୯୯୩ ଜଣ ସ୍ୱାସ୍ଥ୍ୟମିତ୍ରଙ୍କୁ ଅଚାନକ ଛଟେଇ କରିବା ପ୍ରତିବାଦରେ ‘ଅଲ୍ ଓଡ଼ିଶା ସ୍ୱାସ୍ଥ୍ୟମିତ୍ର ସଂଘ’ ପକ୍ଷରୁ ଅନ୍ଦୋଳନ କରାଯାଉଛି । ସ୍ୱାସ୍ଥ୍ୟମିତ୍ରଙ୍କ ପ୍ରତି ହୋଇଥିବା ଅନ୍ୟାୟ ଛଟେଇ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର , ସମସ୍ତ ସ୍ୱାସ୍ଥ୍ୟମିତ୍ରଙ୍କୁ ଚାକିରି ସୁରକ୍ଷା ପ୍ରଦାନ ଏବଂ ଆଉଟ୍ ସୋର୍ସିଙ୍ଗ ପ୍ରଥା କୁ ଉଚ୍ଛେଦ କରି ସିଧା ସଳଖ ଡିପାର୍ଟମେଣ୍ଟ ଅଧୀନକୁ ନେବାକୁ ସଂଘ ଦାବି କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା