ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ହେଲ୍ପ ଡେସ୍କ ଉଦଘାଟିତ
ବଲାଙ୍ଗିର, ୨୩ ଜୁନ୍ (ହି.ସ.)- ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ବିଜୁ ଯୁବ ଜନତା ଦଳର ସଭାପତି ଜତୀନ ପଟେଲ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଲିକା ସାହୁ, ବଲାଙ୍ଗ
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ହେଲ୍ପ ଡେସ୍କ ଉଦଘାଟିତ


ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ହେଲ୍ପ ଡେସ୍କ ଉଦଘାଟିତ


ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ହେଲ୍ପ ଡେସ୍କ ଉଦଘାଟିତ


ବଲାଙ୍ଗିର, ୨୩ ଜୁନ୍ (ହି.ସ.)- ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ବିଜୁ ଯୁବ ଜନତା ଦଳର ସଭାପତି ଜତୀନ ପଟେଲ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ ହେଲ୍ପ ଡେସ୍କର ଶୁଭ ଉଦଘାଟନ କରିଥିଲେ।

ନୂତନ ଶିକ୍ଷାବର୍ଷରେ ନାମଲେଖା ପ୍ରକ୍ରିୟା ସମୟରେ ଛାତ୍ରଛାତ୍ରୀମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏବଂ ସେମାନଙ୍କୁ ଆବଶ୍ୟକ ସୂଚନା, ମାର୍ଗଦର୍ଶନ ଓ ସହଯୋଗ ମିଳିପାରିବ, ସେଥିପାଇଁ ଏହି ହେଲ୍ପ ଡେସ୍କ ଆରମ୍ଭ କରାଯାଇଛି। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ନୂତନ ଛାତ୍ରଛାତ୍ରୀଙ୍କୁ ଆଡମିଶନ ସମ୍ପର୍କିତ ସମସ୍ତ ପ୍ରକାର ସହାୟତା ଓ ପରାମର୍ଶ ଯୋଗାଇ ଦିଆଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଅବସରରେ ବଲାଙ୍ଗିର ବିଜୁ ଜନତା ଦଳର ବରିଷ୍ଠ ନେତା, ଲକ୍ଷ୍ମଣ ମେହେର, ବିଧୁ ଭୂଷଣ ତ୍ରିପାଠୀ, ପ୍ରଭାସ ପାଣିଗ୍ରାହୀ, ନରସିଂହ ବାଘ, ସନ୍ତୋଷ ଦନ୍ତା, ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ହୋତା, ଯୁବ ଜନତା ଦଳର ନଗର ସଭାପତି ମନୋଜ ଦୀପ, ସୁବଳ ମହାକୁର, ବଣ୍ଟି ଚାନ୍ଦ, ଦିଲୀପ ବଗର୍ତ୍ତି, ଲେଙ୍କା ସାହୁ, ଦିପକ ବେହେରା, ରୋଶନ ପ୍ରଧାନ, ମନୀଷ ସାଏ, ଶ୍ରୀତମ ମିଶ୍ର, ଚିରଞ୍ଜିବୀ ପ୍ରଧାନ, ରୋଶନ ସାହୁ, ଜ୍ଯୋତି ରଞ୍ଜନ ଦନ୍ତା, ଓମ ପଣ୍ଡା, ଆଦର୍ଶ ପୁରୋହିତ, ରୋଶନ ଦାସ, ପ୍ରତୁଶ ନାଏକ, ପ୍ରତୁସ ପାଲଟା, ବବଲୁ, ଶେଖର ଭୁଏ ଓ ବିଜୁ ଛାତ୍ର ଜନତା ଦଳର ଅନେକ କର୍ମକର୍ତା ଉପସ୍ଥିତ ରହି ହେଲ୍ପ ଡେସ୍କର କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande