ଭାଜପା ଲିଗାଲ ସେଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ
ଭୁବନେଶ୍ୱର, ୨୩ ଜୁନ୍ (ହି.ସ)- ଆଇନଜୀବୀମାନଙ୍କ ସହାୟତା ରାଶି ୪୦ ପ୍ରତିଶତ ବୃଦ୍ଧି କରିବାର ଐତିହାସିକ ନିଷ୍ପତି ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଜନତା ପାର୍ଟି ଲିଗାଲ ସେଲ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏହି ଅବସରରେ ଆଇନଜୀବୀ ରବି ଶଙ୍କର ପ
ଭାଜପା ଲିଗାଲ ସେଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ


ଭୁବନେଶ୍ୱର, ୨୩ ଜୁନ୍ (ହି.ସ)- ଆଇନଜୀବୀମାନଙ୍କ ସହାୟତା ରାଶି ୪୦ ପ୍ରତିଶତ ବୃଦ୍ଧି କରିବାର ଐତିହାସିକ ନିଷ୍ପତି ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଜନତା ପାର୍ଟି ଲିଗାଲ ସେଲ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରାଯାଇଛି ।

ଏହି ଅବସରରେ ଆଇନଜୀବୀ ରବି ଶଙ୍କର ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ କଲ୍ୟାଣ ପାଣ୍ଠି ମାଧ୍ୟମରେ ଅବସରପ୍ରାପ୍ତ ଓ ଦେହାନ୍ତ ହୋଇଥିବା ଆଇନଜୀବୀ ପରିବାରଙ୍କ ପାଇଁ ୧,୦୫,୦୦୦ ଟଙ୍କାରୁ ୬,୩୦,୦୦୦ ଟଙ୍କାପର୍ଯ୍ୟନ୍ତ ସହାୟତା ପ୍ରଦାନ ଆଇନ୍ ପେଶାଦାରମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମ୍ବେଦନଶୀଳ ଦୃଷ୍ଟିଭଙ୍ଗୀର ଜ୍ୱଳନ୍ତ ପ୍ରମାଣ । ଏହି ନିଷ୍ପତି ଓଡ଼ିଶାର ହଜାର ହଜାର ଆଇନଜୀବୀ ଓ ତାଙ୍କ ଜୀବନ ମାନ ଉନ୍ନତିରେ ନିଶ୍ଚୟ ସହାୟକ ହେବ । ନିର୍ବାଚନ ପ୍ରତିଶ୍ରୁତିକୁ କାର୍ଯ୍ୟରେ ପରିଣତ କରିଥିବାରୁ ଓଡ଼ିଶାର ଜନମାନସରେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତି ଗଭୀର ରେଖାପାତ କରିବ । ଏହି ପରିପ୍ରେକ୍ଷୀରେ ଲିଗାଲ ସେଲ୍ ପକ୍ଷରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଇନଜୀବୀ ଶ୍ରୀ ରବି ଶଙ୍କର ପଟ୍ଟନାୟକ, ଜୟନ୍ତ ଜେନା, ସରୋଜ ନାୟକ, ମୁରଲୀ ମନୋହର ପାତ୍ର, ସତ୍ୟବ୍ରତ ନାୟକ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande