
ଖୋର୍ଦ୍ଧା, ୨୩ ଜୁନ୍ (ହି.ସ.)- ଖୋର୍ଦ୍ଧା ପଂଚାୟତ ସମିତି ଆନୁକୁଲ୍ୟରେ ବିକାଶର ଧାରା ଓଡ଼ିଶା ସାରା ଅନ୍ତର୍ଗତ ଖୋର୍ଦ୍ଧା ବ୍ଲକରେ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଜନସଚେତନତା ଓ ସେବା କାର୍ଯ୍ୟକ୍ରମ ମଣ୍ଡଳ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ଫିତା କାଟି ପ୍ରଦର୍ଶନୀ ଷ୍ଟଲ ଉଦ୍ଘାଟନ କରିବାସହ ସାଧାରଣ ସଭା ଓ ହିତାଧିକାରୀ ସେବା ସମାରୋହକୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ l ନିଜ ଉଦବୋଧନରେ ମୁଖ୍ୟ ଅତିଥି କହିଥିଲେ, ଖୋର୍ଦ୍ଧା ସଦର ମହକୁମା ସହ ଖୋର୍ଦ୍ଧା ବ୍ଲକର ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନା ନୂତନ ସରକାରଙ୍କ ମାତ୍ର ଦୁଇବର୍ଷ ପୂର୍ତ୍ତିରେ ଦୃତ ଗତିରେ ବିକାଶର ଧାରା ଜାରି ରହିଛି l ଖୋର୍ଦ୍ଧା ଜିଲ୍ଲା ରାଜ୍ୟ ସରକାର ଯେଉଁ ଭିଜନ ରଖିଛନ୍ତି ବିକଶିତ ଓଡ଼ିଶା ୨୦୩୬ ରେ ଖୋର୍ଦ୍ଧା ଜିଲ୍ଲା ସମଗ୍ର ରାଜ୍ୟରେ ଏକ ନମ୍ବର ଜିଲ୍ଲା ହୋଇ ହୋଇ ଗଢି ଉଠିବ ବୋଲି ଦୃଢୋକ୍ତି ପ୍ରଦାନ କରିଥିଲେ l
ଏହି ଅବସରରେ ବିଧାୟକ ଶ୍ରୀ ଜଗଦେବ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହ କହିଲେ ଓଡ଼ିଶା ସରକାର ଲୋକମାନଙ୍କ ହିତରେ ବିଭିନ୍ନ ପ୍ରକାର ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l ଜନସାଧାରଣ ମାନେ ସଚେତନ ହେଲେ ଏହି ଯୋଜନା ଗୁଡିକର ସଫଳତା ସେମାନଙ୍କ ପାଖରେ ପହଞ୍ଚିପାରିବ ଏବଂ ଜନ ପ୍ରତିନିଧି ମାନେ ସେଥିପ୍ରତି ମଧ୍ୟ ସଚେତନ ହୋଇ ପ୍ରକୃତ ହିତାଧିକାରୀଙ୍କ ପାଖରେ ଯେପରି ଯୋଜନା ପହଞ୍ଚାଇ ଖୋର୍ଦ୍ଧା ଜିଲ୍ଲାକୁ ସର୍ବାଗ୍ରେ ସ୍ଥାନିତ କରିବାକୁ ସମସ୍ତେ ନିଷ୍ଠାପର ଭାବେ ଲୋକଙ୍କ ସେବା କରିବାକୁ ଆହ୍ଵାନ ଦେଇଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଜୋନ -୧ ପ୍ରଫୁଲ୍ଲ କୁମାର ଦଳାଇ, ସାଂସଦଙ୍କ ପ୍ରତିନିଧି ବିଭୁ ପ୍ରସାଦ ବଳିୟାର ସିଂହ, ପ୍ରତାପ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ, ଖୋର୍ଦ୍ଧା ବ୍ଲକ ମାନସ ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ରୂପରେଖ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଖୋର୍ଦ୍ଧା ବିଧାୟକ, ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ୪୩ ହିତାଧିକାରୀ, ୨୦ ଅଙ୍ଗନୱାଡ଼ି କର୍ମୀଙ୍କୁ ମୋବାଇଲ ଫୋନ୍, ୨୫ ଜଣ ନିର୍ମାଣ ଶ୍ରମିକଙ୍କୁ ଲେବର କାର୍ଡ, ୩୦ ଜଣଙ୍କୁ ଆୟୁଷ୍ମାନ କାର୍ଡ, ୯ ଜଣଙ୍କୁ ପି ଏମ ସେବା ନିଧି, ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ୧ ଜଣ ବ୍ଲକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ, ୨ ଜଣ ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ, ବ୍ଲକରେ ଏସ ଆଇ ଆର କାର୍ଯ୍ୟରେ ଶ୍ରେଷ୍ଠତା ପାଇଁ ବି ଏଲ ଓ ଏବଂ ସୁପରଭାଇଜରଙ୍କୁ ନେଇ ୪ ଜଣ, ସମନ୍ଵିତ କୃଷି ଯୋଜନାରେ ସବସିଡି ପାଇଁ ୪ ଜଣ ହିତାଧିକାରୀ, ୩ ଜଣଙ୍କୁ ମାଟି ସ୍ୱାସ୍ଥ୍ୟ କାର୍ଡ, ଆତ୍ମା ଅଧୀନ ସୂର୍ଯ୍ୟମୁଖୀ ଚାଷ ପ୍ରଦର୍ଶନୀ ପାଇଁ ୩ ଜଣ ହିତାଧିକାରୀ, କାମଧେନୁ ଯୋଜନାରେ ୫ ଜଣଙ୍କୁ ସବସିଡି ସହାୟତା ରାଶି ,ଗୋ ଖାଦ୍ୟ ଚାଷ ପାଇଁ ୨ ଜଣ , ଆଗକୁ ବଢନ୍ତୁ କାର୍ଯ୍ୟାଦେଶ ୨ ଜଣଙ୍କୁ ଏବଂ ଉଦ୍ୟାନ କୃଷି ସମନ୍ୟୁତ କୃଷିରେ ୪ ଜଣଙ୍କୁ ସବସିଡି ହିତାଧିକାରୀଙ୍କୁ ନେଇ ୧୫୭ ଜଣ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ l ମଣ୍ଡଳ ଉନ୍ନୟନ ଅଧିକାରୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ବ୍ଲକରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀତା ବିଷୟରେ ଅବଗତ କରାଇଥିବା ବେଳେ ଶେଷରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ l
ପ୍ରାରମ୍ଭରେ ଆଞ୍ଚଳିକ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ଦିବସରେ ସମସ୍ତ ସରପଞ୍ଚ ପଂଚାୟତ ସମିତି ସଭ୍ୟ ସଭ୍ୟା, ବିଭିନ୍ନ ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ, ବୁଦ୍ଧି ଜିବୀ, ପ୍ରମୁଖ ଯୋଗଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ରାକେଶ