ପଂଚାୟତ ସ୍ତରୀୟ ବିକାଶର ଧାରା ଓଡିଶା ସାରା ଆରମ୍ଭ
ଜୟପୁର, ୨୩ ଜୁନ୍ (ହି.ସ.)- ବୈପାରୀଗୁଡା ବ୍ଲକର ବିଭିନ୍ନ ପଂଚାୟତରେ ଆରମ୍ଭ ହୋଇଛି ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦୁଇ ବର୍ଷରେ ଲୋକଙ୍କ ବିଶ୍ୱାସ, ଲୋକଙ୍କ ସହଭାଗିତା ଓ ଲୋକଙ୍କ ବିକାଶକୁ ସାଥୀ କରି ଆଗେଇଛି ନୂଆ ସରକାର । ଏହି ପରିପ୍ରେକ
ପଂଚାୟତ ସ୍ତରୀୟ ବିକାଶରଧାରା ଓଡିଶା ସାରା ଆରମ୍ଭ


ଜୟପୁର, ୨୩ ଜୁନ୍ (ହି.ସ.)- ବୈପାରୀଗୁଡା ବ୍ଲକର ବିଭିନ୍ନ ପଂଚାୟତରେ ଆରମ୍ଭ ହୋଇଛି ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦୁଇ ବର୍ଷରେ ଲୋକଙ୍କ ବିଶ୍ୱାସ, ଲୋକଙ୍କ ସହଭାଗିତା ଓ ଲୋକଙ୍କ ବିକାଶକୁ ସାଥୀ କରି ଆଗେଇଛି ନୂଆ ସରକାର । ଏହି ପରିପ୍ରେକ୍ଷୀରେ ଆଜି ବୈପାରୀଗୁଡା ବ୍ଲକର ବୋଦାପୁଟ, ବୈପାରୀଗୁଡା, ଦୋରାଗୁଡା, କାଠପୋଡା, ଦଣ୍ଡବାଡ଼ି ପଂଚାୟତ ସରପଞ୍ଚ ଏବଂ ପିଇଓଙ୍କ ଉଦ୍ୟମରେ ନିଜ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି ଅବସରରେ ଏବିଡ଼ିଓ ନିବେଦିତା ଦଣ୍ଡସେନା, ସହକାରୀ ନିର୍ବାହୀ ଯନ୍ତ୍ରୀ ଖିରୋଦ ବେହେରା, ଆବାସ ଯୋଜନା ବ୍ଲକ ସଂଯୋଜକ ପ୍ରଦିପ ଆଚାର୍ଜ୍ୟ, ପ୍ରମୁଖ ଉପସ୍ଥିତ ଥିବାବେଳେ ବୈପାରୀଗୁଡା ପଂଚାୟତ କାର୍ଯ୍ୟାଳୟରେ ବୈପାରୀଗୁଡା ଉପାଧକ୍ଷ ପୁର୍ଣିମା ବାରିକ, ବିଧାୟକ ପ୍ରତିନିଧି କୋରାପୁଟ ଉମେଶ ପଟ୍ଟନାୟକ, ସରପଞ୍ଚ ସୂର୍ଯ୍ୟ ମଣି ନାୟକ, ସିଡିପିଓ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ ଦାସ, ଏଡ଼ିଓ ଖଗେଶ୍ୱର କୁମଝରିଆ, ଯୋଗାଣ ସହାୟକ, କୃଷି ବିଭାଗ, ମେଡିକାଲ ବିଭଗ କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande