ଉପକୂଳ ଓ ତଟ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ କାଲି
ଭୁବନେଶ୍ୱର, ୨୩ ଜୁନ୍ (ହି.ସ)- ଉପକୂଳ ଓ ତଟ ସୁରକ୍ଷା ନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି (ବୁଧବାର)ଦିନ ୧୦ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ ବସିବ । ଉପକୂଳ ସୁରକ୍ଷାକୁ ଅଧିକ ସୁଦୃଢ଼ ଓ କଡ଼ାକଡ଼ି କରିବା ସହ ଉପକୂଳ ସୁ
Cm odisha


ଭୁବନେଶ୍ୱର, ୨୩ ଜୁନ୍ (ହି.ସ)- ଉପକୂଳ ଓ ତଟ ସୁରକ୍ଷା ନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି (ବୁଧବାର)ଦିନ ୧୦ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ ବସିବ । ଉପକୂଳ ସୁରକ୍ଷାକୁ ଅଧିକ ସୁଦୃଢ଼ ଓ କଡ଼ାକଡ଼ି କରିବା ସହ ଉପକୂଳ ସୁରକ୍ଷାର ଆଧୁନିକୀକରଣ, ସାମୁଦ୍ରିକ ପାଟ୍ରୋଲିଂ ଉପରେ ଗୁରୁତ୍ୱ ନେଇ ବୈଠକରେ ଆଲୋଚନା ହୋଇପାରେ। ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସମେତ ରେଲୱେ ଓ କୋଷ୍ଟାଲ ଡିଜି ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ରହିବେ। ଏହାସହିତ ବୈଠକରେ ବିଭାଗୀୟ ଅଧିକାରୀମାନେ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande