ଓଡିଶା ସାହିତ୍ୟ ଗୌରବ ସମ୍ମାନରେ ସମ୍ମାନିତ ହେଲା କବି ଧନପତି ଦିଗାଲ
Kabi Dhanapati Digal faliciteted as Sahitya Gaurab
ଫୋଟ


କନ୍ଧମାଳ , ୨୩ ଜୁନ୍ (ହି.ସ.) - କନ୍ଧମାଳ ଜିଲ୍ଲାର ତଥା ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡ଼ା ପଂଚାୟତ ଅଧୀନରେ ଥିବା ବଟାବାହାଲି ଗ୍ରାମର ବିଶିଷ୍ଟ କବି ଲେଖକ ଓ କଣ୍ଠଶିଳ୍ପୀ ଶ୍ରୀ ଧନପତି ଦିଗାଲଙ୍କୁ ଓଡିଶା ସାହିତ୍ୟ ଗୌରବ ସମ୍ମାନ ୨୦୨୬ ରେ ସମ୍ମାନିତ କରା ଯାଇଛି ଗତ ୨୧ ତାରିଖ ଦିନ ସମ୍ବଲପୁର ଜିଲ୍ଲା ତପସ୍ୱିନୀ ଅଡ଼ିଟାରୀୟମ୍ ହାପି ମୁମେଂଟ ଇଣ୍ଡିଆ ତରଫରୁ ଆୟଜିତ ଏହି କାର୍ଯ୍ୟକ୍ରମର ପ୍ରତିଷ୍ଠାତା, ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧକ୍ଷତାରେ ଆନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ, ଦିଗାଲଙ୍କୁ ଏହି ସମ୍ମାନ ପ୍ରଦାନ କରା ଯାଇଛି ଓ ମୁଖ୍ୟ ଅତିଥି ଭାବେ ବିଧାୟକ ଜୟନାରାୟଣ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ କଣ୍ଠଶିଳ୍ପୀ ପଦ୍ମଶ୍ରୀ କ୍ରିଷ୍ନା ପଟେଲ,, ହାସ୍ୟ ଅଭିନେତା ଯୋଗେଶ ଜୋଜୋ ଓ ଟିଙ୍କୁ ଟିଙ୍ଗାଲୁଙ୍କ ସମେତ ଶତାଧିକ କବି, କବୟତ୍ରୀ ଓ କଳାକାର ମାନେ ଯୋଗ ଦେଇଥିଲେ ଓ ତେବେ ଶ୍ରୀ ଧନପତି ଦିଗାଲ ଦୀର୍ଘ ବର୍ଷ ଧରି, ଫିରିଙ୍ଗିଆ ବ୍ଲକ ର ବଟାବାହାଲି ଭଳି ଏକ ଉପାନ୍ତ ଅଂଚଳର ହୋଇଥିଲେ ମଧ୍ୟ, ନିଜର ସାହିତ୍ୟ ସାଧନ ଜାରି ରଖିବା ବେଳେ, ଅନେକ ଗୀତ ରଚନା କରିବା ସହ ଅନେକ ଗୀତ ର କଣ୍ଠଦାନ କରି, ଜିଲ୍ଲା ତଥା ଜିଲ୍ଲା ବାହାରେ ଏକ ସତନ୍ତ୍ର ପରିଚୟ ସୃଷ୍ଟି କରି ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଭୁବନେଶ୍ୱର ୨୬ ତାରିଖ ରେ, ଜାତୀୟ ଉତ୍କଳ କାବ୍ୟରୌପ୍ୟରତ୍ନ ସମ୍ମାନ ୨୦୨୬ ଓ ମାଟିଲଗ୍ନା ସାହିତ୍ୟ ସଂସଦ ଓଡିଶା ତରଫରୁ ମାଟିଲଗ୍ନା ଅରୁଣିମା ସମ୍ମାନ ଓ ଓଡିଶା ସାହିତ୍ୟଏକାଡେମୀ ଭୁବନେଶ୍ୱର ତରଫରୁ ଜାତୀୟ ଉତ୍କଳ ସନ୍ଥକବି ଭୀମଭୋଇ କାବ୍ୟରୌପ୍ୟରତ୍ନ ସମ୍ମାନ ଓ କନ୍ଧମାଳ କବିତା କଳିକା ଅପରାହ୍ନ ତରଫରୁ ସୃଜନଶ୍ରୀ ସମ୍ମାନ,ଏହିଭଳି ବିଭିନ୍ନ ଅନୁଷ୍ଠାନ ମାନଙ୍କ ତରଫରୁ ସମ୍ବର୍ଦ୍ଧିତ ଏବଂ ସମ୍ମାନିତ ହୋଇ ସାରା ରାଜ୍ୟରେ ପରିଚୟ ସୃଷ୍ଟି କରିପାରିଛନ୍ତି ଓ ଏହି ସମ୍ମାନ ରେ ସମ୍ମାନିତ ହେବାପରେ ତାଙ୍କପାଖକୁ, ଜିଲ୍ଲା ତଥା ଜିଲ୍ଲା ବାହାରୁ ତାଙ୍କର ଶୁବେଛୁ ଓ କବି, ଲେଖକ ମାନଙ୍କର ଶୁବେଛା ର ଶୁଅ ଛୁଟିବାରେ ଲାଗିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande