ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ
ମାଲକାନଗିରି, ୨୩ ଜୁନ୍(ହି.ସ.) – ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ପ୍ରଭାଗୀୟ ଶ୍ରମ ଆୟୁକ୍ତ ବିଭାଗ ପକ୍ଷରୁ ଆଇ.ଟି.ଡି.ଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଅଧ୍ୟକ୍ଷତା କରିଥିବାବେଳେ, ସହକାରୀ ଜିଲ୍ଲା ଶିକ୍ଷା ଅଧ
ଜିଲ୍ଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ।


ମାଲକାନଗିରି, ୨୩ ଜୁନ୍(ହି.ସ.) – ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ପ୍ରଭାଗୀୟ ଶ୍ରମ ଆୟୁକ୍ତ ବିଭାଗ ପକ୍ଷରୁ ଆଇ.ଟି.ଡି.ଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଅଧ୍ୟକ୍ଷତା କରିଥିବାବେଳେ, ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଭାଗିରଥି ବେହେରା, ଉପ-ଆରକ୍ଷୀ ଅଧୀକ୍ଷକ ଓନାମ ଲାକ୍ରା, ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଗୋପାଳ କୃଷ୍ଣ ରଥ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ପୂର୍ଣ୍ଣିିମା ଡୁରୁକା, ସହକାରୀ ଶ୍ରମ ଅଧିକାରୀ, ଚାମ୍ବର ଅଫ କମର୍ସ ଏବଂ ଶ୍ରମିକ ସଂଘର ପ୍ରତିନିଧିମାନେ ଯୋଗଦାନ କରିଥିଲେ। ବୈଠକରେ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ଏବଂ ସମନ୍ୱିତ ପ୍ରୟାସ ଉପରେ ଆଲୋଚନା କରାଯାଇଥିଲା, ଯାହା ମାଧ୍ୟମରେ ମାଲକାନଗିରିକୁ ଏକ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଗଢ଼ି ତୋଳାଯିବାର ପ୍ରୟାସରେ ସହଯୋଗ କରିବେ।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande