ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଓ ଅନ୍ତର୍ଦ୍ୱଦ୍ୱକୁ ନେଇ ସାଧାରଣ ଚାଷୀ ଅସୁବିଧାରେ ପଡ଼ୁଛନ୍ତି
ଆଳି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଚଳା ଅବସ୍ଥାକୁ ନେଇ କୃଷକମାନଙ୍କ ପ୍ରତିବାଦ ଓ ବିକ୍ଷୋଭ କେନ୍ଦ୍ରାପଡ଼ା, ୨୩ ଜୁନ୍(ହି.ସ.) – ଦୀର୍ଘ ୨ ବର୍ଷ ହେବ ଆଳି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ଲାଗି ରହିଛି ଅଚଳା ଅବସ୍ଥା। ଯେଉଁଥିପାଇଁ ଆଳି ସମବାୟ ସଖା ଅଧିନ ୨୨ଟି କୃଷି ସେବା ସମବାୟ ସମିତିର ଚାଷ
ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଓ ଅନ୍ତର୍ଦ୍ବଦ୍ଵ କୁ ନେଇ ସାଧାରଣ


ଆଳି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଚଳା ଅବସ୍ଥାକୁ ନେଇ କୃଷକମାନଙ୍କ ପ୍ରତିବାଦ ଓ ବିକ୍ଷୋଭ

କେନ୍ଦ୍ରାପଡ଼ା, ୨୩ ଜୁନ୍(ହି.ସ.) – ଦୀର୍ଘ ୨ ବର୍ଷ ହେବ ଆଳି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ଲାଗି ରହିଛି ଅଚଳା ଅବସ୍ଥା। ଯେଉଁଥିପାଇଁ ଆଳି ସମବାୟ ସଖା ଅଧିନ ୨୨ଟି କୃଷି ସେବା ସମବାୟ ସମିତିର ଚାଷୀ ନା ଉଠେଇ ପାରୁଛନ୍ତି ଜମା ଟଙ୍କା ନା ହେଇ ପାରୁଛି ଋଣ କାରବାର। ୨୨ଟି କୃଷି ସେବା ସମବାୟ ସମିତି ମଧ୍ୟରୁ ଜୁଆଣିଆ ଓ ପେତପଡ଼ା ଦୁଇଟି ସମବାୟ ସେମିତିର ଋଣ ଅର୍ଥ ହେର୍ଫେର୍କୁ ନେଇ ବିଗତ ୨ ବର୍ଷ ହେବ ଉଚ୍ଚ ନ୍ୟାୟାଳୟରେ କେଶ୍ ବିଚାରଧିନ ରହିଛି। ଯାହାପାଇଁ ପରସ୍ପର କାଦୁଅ ଫିଙ୍ଗା ରାଜନୀତି ଓ ଅନ୍ତର୍ଦ୍ୱଦ୍ୱକୁ ନେଇ ସାଧାରଣ ଚାଷୀ ବିଭିନ୍ନ ଅସୁବିଧାରେ ପଡ଼ୁଛନ୍ତି ବାରମ୍ବାର ବ୍ୟାଙ୍କ ଦୌଡ଼ି ନୟାନ୍ତ ହେଇଛନ୍ତି ନା ଖରିପ୍ ଋତୁ ପାଇଁ ମିଳୁଛି ଜମା ଟଙ୍କା ନା ହେଇ ପାରୁଛି ଋଣ ଅର୍ଥ କାରବାର ବର୍ତମାନ ଚିନ୍ତାରେ ଚାଷୀ। ଏନେଇ ଋଣ ଦେଣନେଣରେ ପ୍ରୀୟାପ୍ରୀତି ତୋଷଣ ପାଇଁ ସମବାୟ ବ୍ୟାଙ୍କ ସମ୍ମୁଖରେ ଚାଷୀମାନଙ୍କ ଧାରଣା ଦେଇଛନ୍ତି ଆଳି ବ୍ଲକ ନିଆଳ ସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ଆଳିର ବିଭିନ୍ନ କୃଷି ସେବା ସମବାୟ ସମିତିରେ ବିଭିନ୍ନ ପ୍ରକାରର ଦୁର୍ନୀତିର ଅଭିଯୋଗ ଆସିଛି। ବ୍ୟାଙ୍କକୁ ଟଙ୍କା ଆସୁନଥିବା ଆଳରେ ମଞ୍ଜୁରୀ ଋଣ ଅର୍ଥ ଚାଷୀଙ୍କୁ ଦିଆନଯିବା, ଇନ୍ସ୍ୟୁରାନ୍ସ ଟଙ୍କା ହଡ଼ପ, ଚାଷୀଙ୍କ ନାମରେ ଦ୍ୱିତୀୟ ଆକାଉଂଟ ଖୋଲି ଟଙ୍କା ହଡ଼ପ ଭଳି ବିଭିନ୍ନ କାରଣ ଦର୍ଶାଇ ଆଜି ଚାଷୀମାନେ ଧାରଣା ଦେଇଛନ୍ତି ଓ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଳି ତହସିଲ୍ ଦାର ସୁମନ ଘୋଷଙ୍କୁ ଏକ ଦାବି ଦାବପତ୍ର ପ୍ରଦାନ କରାଯାଇଛି। ତେବେ ଏନେଇ ଫୋନ୍ ଯୋଗେ କଟକ ସମବାୟ ସମିତି ମୁଖ୍ୟ କାର୍ୟ୍ୟବାହୀ ଅଧିକାରୀ କହିଛନ୍ତି ଯଦି ଏଭଳି କିଛି ଘଟିଥାଏ ତା’ହେଲେ ଏହା ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ। ଅପର ପକ୍ଷରେ ସ୍ଥାନୀୟ ବିଭିନ୍ନ ସରପଂଚ ଓ ବିଭିନ୍ନ ସମବାୟ ସମିତିର ସଭାପତି ଏହା ଏକ ପ୍ରହସନ ବୋଲି କେହିଛନ୍ତି। ତେବେ ଏହି ବାଦ ବିବାଦ ପରେ କେବେ ପ୍ରକୃତ ଚାଷୀମାନଙ୍କ ପାଇଁ ବ୍ୟାଙ୍କ ଅଚଳରୁ କାର୍ଯ୍ୟକ୍ଷମ ହେଇଛି ପ୍ରକୃତ ଚାଷୀ କେବେ ନ୍ୟାୟ ପାଉଛନ୍ତି ବିଭାଗୀୟ ଅଧିକାରୀଙ୍କ କେବେ ଦୃଷ୍ଟି ପଡ଼ିଛି ଅପେକ୍ଷା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande