କମିଶନରେଟ୍ ପୋଲିସ ପକ୍ଷରୁ ଏସପିଓ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୨୩ ଜୁନ୍ (ହି.ସ)- କମିଶନରେଟ୍ ପୋଲିସ ଭୁବନେଶ୍ୱର-କଟକ ପକ୍ଷରୁ ଏସପିଓ ମାନଙ୍କ ପାଇଁ ପ୍ରାରମ୍ଭିକ ପ୍ରଶିକ୍ଷଣ ଉପରେ ଆଭ୍ୟନ୍ତରୀଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜୁନ୍ ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ପୋଲିସ ସେବା ଭବନ, ସମ୍ମିଳନୀ କକ୍ଷ, ଭୁବନେଶ୍ୱର ଠାରେ “ଏସପିଓ ମାନଙ
police


ଭୁବନେଶ୍ୱର, ୨୩ ଜୁନ୍ (ହି.ସ)- କମିଶନରେଟ୍ ପୋଲିସ ଭୁବନେଶ୍ୱର-କଟକ ପକ୍ଷରୁ ଏସପିଓ ମାନଙ୍କ ପାଇଁ ପ୍ରାରମ୍ଭିକ ପ୍ରଶିକ୍ଷଣ ଉପରେ ଆଭ୍ୟନ୍ତରୀଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜୁନ୍ ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ପୋଲିସ ସେବା ଭବନ, ସମ୍ମିଳନୀ କକ୍ଷ, ଭୁବନେଶ୍ୱର ଠାରେ “ଏସପିଓ ମାନଙ୍କ ପାଇଁ ପ୍ରାରମ୍ଭିକ ପ୍ରଶିକ୍ଷଣ” ବିଷୟରେ ଏକ ଦିନ ଅର୍ଦ୍ଧ ଦିନିଆ ଆଭ୍ୟନ୍ତରୀଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପୋଲିସ କମିଶନର ଏସ୍. ଦେବ ଦତ ସିଂହ ଏବଂ ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ ଉଦ୍ଘାଟନ କରିଥିଲେ। କମିଶନରେଟ୍ ପୋଲିସର ସୂଚନା ପ୍ରଯୁକ୍ତିବିଦ୍ୟା ଓ ସାମାଜିକ ଗଣମାଧ୍ୟମ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅକ୍ଷୟ ନାୟକ ପରିଚାଳନା କରିଥିଲେ ।

ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏସପିଓ ମାନଙ୍କର ବୃତିଗତ ଦକ୍ଷତା, କାର୍ଯ୍ୟକୁଶଳତା ଏବଂ ଜନସେବାମୂଳକ ପୋଲିସିଂ ମନୋଭାବକୁ ଅଧିକ ସୁଦୃଢ଼ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande