ଫିରିଙ୍ଗିଆ ବ୍ଲକ ପରିସରରେ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ
Jana Jati sambada baithaka in Phiringia
ଫୋଟ ୨


ଫୋଟ


କନ୍ଧମାଳ, ୨୩ ଜୁନ୍(ହି.ସ.) – ସାରା ରାଜ୍ୟରେ ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତି ଅବସରରେ ଜିଲ୍ଲା ମୁଖ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ୍ ମୁଖ୍ୟାଳୟ ଯାଏ ସବୁଠି ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ଅନୁରୂପ ଭାବରେ କନ୍ଧମାଳ ଜିଲ୍ଲାରର ଫିରିଙ୍ଗିଆ ବ୍ଲକ୍ ପରିସରରେ ମଧ୍ୟ ଏହି କାର୍ଯ୍ୟକ୍ରମର ତୃତୀୟ ଦିନରେ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଥିଲା ଓ ତେବେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କ ଅଧ୍ୟକ୍ଷତାରେ ଓ ବ୍ଲିକରେ କାର୍ଯ୍ୟରତ ମଙ୍ଗଳ ସମ୍ପ୍ରସାରଣ ଅଧୁକାରିଣୀ ଇପ୍ସିତା ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବିଜେପି ମଣ୍ଡଳର ମଣ୍ଡଳ ସଭାପତି ଶ୍ରୀବତ୍ସ କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ଶିକ୍ଷା ବିଭାଗ ପ୍ରତିନିଧି ସୁଶାନ୍ତ କୁମାର ମହାପାତ୍ର, ଜିଲ୍ଲା ପାରମ୍ପରିକ ଲୋକକଳା ସଙ୍ଘର ଜିଲ୍ଲା ସଭାପତି ଅକ୍ଷୟ କୁମାର କର୍ଣ୍ଣ, ଜିଲ୍ଲାର ଜଣାଶୁଣା କୁଇ ଭାଷା ଲେଖକ ଦୀନବନ୍ଧୁ କହଁରଙ୍କ ସହ ଅଂଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଓ ମଙ୍ଗଳବାର ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଦ୍ୱାରା ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗର ଅଧିବାସୀମାନଙ୍କ ପାଇଁ ଦୁଇବର୍ଷ ମଧ୍ୟରେ କିକି ପଦକ୍ଷେପ ଗ୍ରହଣ କରିଛନ୍ତି ଓ ସେମାନେ ସ୍ୱାବଲମ୍ବୀ ହେବା ପାଇଁ କ’ଣ କ’ଣ ବ୍ୟବସ୍ଥା ରହିଛି ସେ ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ଓ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବ୍ଲକ୍ର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ଓ କାର୍ଯ୍ୟକ୍ରମର ଦ୍ୱିତୀୟ ବା ଉଦ୍ଯାପନୀ ଉତ୍ସବରେ ବିଭିନ୍ନ ପ୍ରକାର ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande