ନିଶା ମୁକ୍ତ ଭାରତ ଅଭିଯାନ
ଭବାନୀପାଟଣା, ୨୩ ଜୁନ୍ (ହି.ସ.)- ଆଜି ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଦ୍ୱାରା ନିର୍ଦେଶିତ ନିଶାମୁକ୍ତ ଭାରତ ଅଭିଯାନ-୨୦୨୬ ର ପାରିପାଳନ ଅବସରରେ ଭବାନୀପାଟଣାରେ ‘ନିଶା ମୁକ୍ତ ଭାରତ ଅଭିଯାନ’ ସଚେତନତା ରାଲି ଆୟୋଜିତ ହୋଇଯାଇଛି l ଚଳିତ ବର୍ଷ ଏହି ଅଭିଯାନ ପାରିପାଳନ ଜୁନ୍ ୧୭
ନିଶା ମୁକ୍ତ ଭାରତ ଅଭିଯାନ 2026


ଭବାନୀପାଟଣା, ୨୩ ଜୁନ୍ (ହି.ସ.)- ଆଜି ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଦ୍ୱାରା ନିର୍ଦେଶିତ ନିଶାମୁକ୍ତ ଭାରତ ଅଭିଯାନ-୨୦୨୬ ର ପାରିପାଳନ ଅବସରରେ ଭବାନୀପାଟଣାରେ ‘ନିଶା ମୁକ୍ତ ଭାରତ ଅଭିଯାନ’ ସଚେତନତା ରାଲି ଆୟୋଜିତ ହୋଇଯାଇଛି l ଚଳିତ ବର୍ଷ ଏହି ଅଭିଯାନ ପାରିପାଳନ ଜୁନ୍ ୧୭ ତାରିଖରୁ ଆରମ୍ଭ ହୋଇ ଜୁନ୍୨୬ ତାରିଖରେ ‘ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟ ଦୁର୍ବ୍ୟସନ ଓ ଅବୈଧ ଚାଲାଣ ବିରୋଧୀ ଦିବସ’ ପାଳନ ସହ ପରିସମାପ୍ତି ହେବ l ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ୧୭.୦୬.୨୦୨୬ ରୁ ୨୬.୦୬.୨୦୨୬ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକର ସମନ୍ୱୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ବର୍ଷର ଥିମ୍ “ନିଶା ମୁକ୍ତ ଭାରତ ଅଭିଯାନ, ବିକଶିତ ଭାରତ କି ପହେଚାନ” ରହିଛି।

ଏହି ପରିପ୍ରେକ୍ଷିରେ ଆଜି ଭବାନୀପାଟଣାରେ ‘ନିଶା ମୁକ୍ତ ଭାରତ’ ସଚେତନତା ରାଲି ଆୟୋଜିତ ହୋଇଥିଲା। ଏହି ରାଲିକୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଓ ଏକ୍ସାଇଜ୍ ସୁପରିଣ୍ଟେଣ୍ଡେଣ୍ଟ ରଞ୍ଜନ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରାଲିରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ମାଦକ ଦ୍ରବ୍ଯ ବିରୋଧୀ ସନ୍ଦେଶ ପ୍ରଚାର କରିଥିଲେ। କାର୍ଯ୍ୟକ୍ରମଟି ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, କଳାହାଣ୍ଡି ଦିନେଶ କୁମାର କନ୍ହରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ସଫଳ ବ୍ୟବସ୍ଥାପନା ପାଇଁ ଡିଏସଏସଓ ଏବଂ ଡିଡିଆରସି ର କର୍ମଚାରୀମାନେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande