ବଲାଙ୍ଗିର ରାଜ୍ୟ ପରିବହନ ର ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତୋଳନ କଲା ଘରୋଇ ବସ ମାଲିକ ସଂଘ : ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ
ବଲାଙ୍ଗିର, ୨୩ ଜୁନ୍ (ହି.ସ.) - ରାଜ୍ୟ ସରକାରଙ୍କ ଓଏସଆରଟିସି ବସ୍ରେ ଡିଜେଲ ଭର୍ତି କରିପାରୁନଥିବାରୁ ବସଗୁଡିକ ବନ୍ଦ ରହୁଛି । କିନ୍ତୁ ସେପଟେ ଯେଉଁବସ୍ର ରୁଟ୍ପରମିଟ ନଥାଇ ମଧ୍ୟ ଚଳାଚଳ କରାଉଥିବା ଅଭିଯୋଗ ହେଉଛି । ବଲାଙ୍ଗୀରରୁ ଦେବଗଡକୁ ଏସି ବସର ପରମିଟ୍ ଥିବା ବେଳେ ଆଜି ଏକ ନନ୍ଏସି ବସ ଯାହାର ରୁ
ବଲାଙ୍ଗିର ରାଜ୍ୟ ପରିବହନ ର ମନୋମୁଖୀ କାରବାର  ବିରୁଦ୍ଧରେ  ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ : ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ


ବଲାଙ୍ଗିର, ୨୩ ଜୁନ୍ (ହି.ସ.) - ରାଜ୍ୟ ସରକାରଙ୍କ ଓଏସଆରଟିସି ବସ୍ରେ ଡିଜେଲ ଭର୍ତି କରିପାରୁନଥିବାରୁ ବସଗୁଡିକ ବନ୍ଦ ରହୁଛି । କିନ୍ତୁ ସେପଟେ ଯେଉଁବସ୍ର ରୁଟ୍ପରମିଟ ନଥାଇ ମଧ୍ୟ ଚଳାଚଳ କରାଉଥିବା ଅଭିଯୋଗ ହେଉଛି । ବଲାଙ୍ଗୀରରୁ ଦେବଗଡକୁ ଏସି ବସର ପରମିଟ୍ ଥିବା ବେଳେ ଆଜି ଏକ ନନ୍ଏସି ବସ ଯାହାର ରୁଟ୍ପରମିଟ ନାହିଁ ସେହି ଗାଡି ଯାଉଥିବା ବେଳେ ଘରୋଇ ବସମାଲିକ ମାନେ ଆପତି ଉଠାଇଛନ୍ତି। ଏପରିକି ବଲାଙ୍ଗୀର ବସ୍ ଟର୍ମିନାଲରୁ ଦେବଗଡ ଗାଡି ଛାଡିବାର ନୀୟମ ରହିଥିଲେ ହେଁ ବସଟି ପୁରୁଣା ସରକାରୀ ବସଷ୍ଟାଣ୍ଡରୁ ଛାଡିଥିବା ଦେଖା ଯାଇଥିଲା । ଫଳରେ ଆଜି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ନୀୟମ ରହିଛି ଯେଉଁ ବସର ପରମିଟ ରହିଥାଏ ସେହିଗାଡି ହିଁ ସେହି ରୁଟରେ ଯାଇପାରିବ। କିନ୍ତୁ ବଲାଙ୍ଗୀର ଡିଟିଏମ ଏହି ନୀୟମର ଉଲଂଘନ କରି ମନଇଚ୍ଛା ଭିନ୍ନ ଭିନ୍ନ ଗାଡି ପଠାଇ ଫାଇଦା ନେଉଛନ୍ତି ବୋଲି ଅଭିଯୋଗ ହେଉଛି । ଗତ କିଛିଦିନ ପୂର୍ବରୁ ବଲାଙ୍ଗୀର ପରିବହନ ବିଭାଗ ଅର୍ଥାଭାବରୁ ଗାଡିମାନଙ୍କରେ ଡିଜେଲ ଭର୍ତି କରିପାରୁନଥିବା ଖବର ପ୍ରକାଶନ ଓ ପ୍ରସାରଣ ହୋଇଥିଲା । ସେହିଦିନରୁ ସରକାରୀ ଏସି ଗାଡିଗୁଡିକ ଆଉ ଚାଲୁନାହିଁଁ । କିନ୍ତୁ ଡିଟିଏମ ଏସି ବସ ବଦଳରେ ଏକ ନନ୍ଏସି ବସ ଚଳାଇବାକୁ ପଠାଇ ଥିଲେ । ଏହାକୁ ଆଜି ଘରୋଇ ବସ ମାଲିକମାନେ ବିରୋଧ କରିଥିଲେ। ଫଳରେ ବସଟି ଆଉ ଆଗକୁ ନଯାଇ ପୁଣି ଗ୍ୟାରେଜକୁ ଫେରିଯାଇଥିବା ଦେଖାଯାଇଥିଲା। ସୂଚନା ନେବାରୁ ଜଣାପଡିଛି ଯେ,ବଲାଙ୍ଗୀରରୁ ଦେବଗଡକୁ ଭାୟା ସୋନପୁର, ବୀରମହାରାଜପୁର, କଦଳିଗଡ, ରେଢାଖୋଳ, ନାକଟିଦେଉଳ, ରିଆମାଲ ଦେଇ ଏକ ଏସିଡିଲକ୍ସ ଗାଡି ଚାଲୁଥିଲା । ସଲାଳ ୭.୩୦ରୁ ବାହାରି ଏହା ସଂଧ୍ୟା ୫.୧୦ରେ ଦେବଗଡରେ ପହଂଚୁଥିଲା। କିନ୍ତୁ ଡିଜେଲ ଅଭାବଦର୍ଶାଇ ଏହାକୁ ପରିବହନ ବିଭାଗ ବନ୍ଦ କରିଦେଲା । କିନ୍ତୁ ଆଜି ଏକ ନନ୍ଏସି ଗାଡି (ଓଡି୦୩-ୱାଇ-୦୬୫୧)କୁ ଦେବଗଡକୁ ପଠାଯାଉଥିଲା । ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡରୁ ଏହା ବାହାରି ଦେବଗଡକୁ ଅଭିମୁଖେ ବାହାରିବା ପରେ ନରସିଂହ ମନ୍ଦିର ଛକରେ କିଛି ଘରୋଇ ବସମାଲିକ ଏହାକୁ ପ୍ରତିବାଦ କରିଥିଲେ । ଶେଷରେ ବସଟି ଆଗକୁ ନଯାଇ ସେଠାରୁ ହିଁ ଗ୍ୟାରେଜକୁ ଫେରିଯାଇଥିଲା । ତେବେ ଏନେଇ ବଲାଙ୍ଗୀର ଡିଟିଏମ ଅମିତ ମିଶ୍ରଙ୍କୁ ଫୋନରେ ପଚାରିବାରୁ ଏସି ଡିଲକ୍ସ ଗାଡି ବଦଳରେ ଆଜି ସ୍ପେସାଲ ପରମିଟ୍ରେ ଏକ ହାଇଟେକ ଗାଡି ପଠାଯାଇଥିଲା । କିନ୍ତୁ ବିରୋଧ ହେବାରୁ ତାକୁ କ୍ୟାନସେଲ କରାଯାଇଥିଲା ବୋଲି ଶ୍ରୀ ମିଶ୍ର କହିଛଁନ୍ତି। ସେପଟେ ସରକାରୀ ଅଧିକାରୀମାନେ ସରକାରୀ ନୀୟମର ଉଲଂଘନ କରି ରୁଟ୍ପରମିଟ ନଥିବା ଗାଡି ଚଳାଉଥିଲେ ହେଁ ଆରଟିଓ କିମ୍ବା ଅନ୍ୟଅଧିକାରୀମାନେ ଏହାର ଯାଂଚ କରୁନଥିବାରୁ ଅସନ୍ତୋଷ ଦେଖାଦେଇଛି । ରାଜ୍ୟ ପରିବହନ ବିଭାଗ ତୁରନ୍ତ ଏହି ଅଭିଯୋଗର ତଦନ୍ତ ପୂର୍ବକ ପଦକ୍ଷେପ ନେବାକୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande