ୱାର୍ଲଡ ଏବିଲିଟି ସ୍ପୋର୍ଟସ୍ ୟୁଥ୍ ଗେମ୍ସରେ ପଦକ ବିଜେତା ଆକାଶ ରଞ୍ଜନ ମୁଣ୍ଡଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 23 ଜୁନ୍ (ହି.ସ.) ତୁର୍କୀରେ ଅନୁଷ୍ଠିତ ‘ୱାର୍ଲଡ ଏବିଲିଟି ସ୍ପୋର୍ଟସ୍ ୟୁଥ୍ ଗେମ୍ସ-୨୦୨୬’ରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କଳାହାଣ୍ଡିର ପାରା ବ୍ୟାଡ୍ମିଣ୍ଟନ୍ ଖେଳାଳି ଆକାଶ ରଞ୍ଜନ ମୁଣ୍ଡଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ସାମା
ୱାର୍ଲଡ ଏବିଲିଟି ସ୍ପୋର୍ଟସ୍ ୟୁଥ୍ ଗେମ୍ସରେ ପଦକ ବିଜେତା ଆକାଶ ରଞ୍ଜନ ମୁଣ୍ଡଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 23 ଜୁନ୍ (ହି.ସ.) ତୁର୍କୀରେ ଅନୁଷ୍ଠିତ ‘ୱାର୍ଲଡ ଏବିଲିଟି ସ୍ପୋର୍ଟସ୍ ୟୁଥ୍ ଗେମ୍ସ-୨୦୨୬’ରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କଳାହାଣ୍ଡିର ପାରା ବ୍ୟାଡ୍ମିଣ୍ଟନ୍ ଖେଳାଳି ଆକାଶ ରଞ୍ଜନ ମୁଣ୍ଡଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଶୁଭେଚ୍ଛା ଜଣାଇଛନ୍ତି।

ସାମାଜିକ ଗଣମାଧ୍ୟମରେ ନିଜ ପୋଷ୍ଟ ମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆକାଶ ରଞ୍ଜନ ମୁଣ୍ଡ ଉକ୍ତ ପ୍ରତିଯୋଗିତାର ବିଭିନ୍ନ ଇଭେଣ୍ଟରେ ୨ଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ମାଧ୍ୟମରେ ସେ ନିଜର ଅସାଧାରଣ ପ୍ରତିଭା, ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମର ପରିଚୟ ଦେଇଛନ୍ତି।

ଶ୍ରୀ ପ୍ରଧାନ ଆକାଶଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ସେ ଆହୁରି ସଫଳତା ଅର୍ଜନ କରି ଦେଶର ନାମ ଉଜ୍ଜ୍ୱଳ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande