
କନ୍ଧମାଳ, ୨୩ ଜୁନ୍ (ହି.ସ.)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ତଥା ପୂର୍ବତନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଉପସ୍ଥିତିରେ ରଥ ଯାତ୍ରା କମିଟିର ସଭାପତି ବାଳକୃଷ୍ଣ ଜୁଣ୍ଡିଙ୍କ ସଭାପତିତ୍ୱରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁମନ୍ତ କୁମାର ମାଝୀ, ଥାନା ଅଧିକାରୀ ମୁରଲୀଧର ସାହୁ, ତହସିଲଦାର ଜ୍ୟୋତିପ୍ରକାଶ ସେଠି, ସମାଜସେବୀ ଜୟ ପାଣିଗ୍ରାହୀ, ଯାତ୍ରା କମିଟି ସମ୍ପାଦକ ସତ୍ୟ ସାହୁଙ୍କ ସହ ବଣିକ ସଂଘ ସଭାପତି ଶିବଶଙ୍କର ମହାପାତ୍ର, ଅଜିତ କୁମାର ସାହୁ, ପ୍ରଦୀପ କୁମାର ସାହୁ, ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ କାଳିଆ ପଣ୍ଡା, ବିରଞ୍ଚି ଡିଗାଲ, ଅଶୋକ କୁମାର ପାତ୍ର, କୁମାର ଡିଗାଲ, ଓ ମନ୍ଦିର ପରିଚାଳନା ଓ ରଥଯାତ୍ରା ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I
ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ରଥ ଯାତ୍ରା ରୀତି ନୀତି ସହ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଥିବା ବେଳେ ସର୍ବ ସମ୍ମତି କ୍ରମେ ଚଳିତ ବର୍ଷ ମଧ୍ୟ ବଣିକ ସଂଘର ପୁର୍ଣ ସହଯୋଗରେ ରଥଯାତ୍ରା ପରିଚାଳନା କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା I
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ