କୁଡୁମୁଲୁଗୁମ୍ମା ଫାଣ୍ଡିରେ ବିଶୁଦ୍ଧ ଥଣ୍ଡା ପାଣିର ବ୍ୟବସ୍ଥା
ମାଲକାନଗିରି, ୨୩ ଜୁନ୍ (ହି.ସ.)- କୁଡୁମୁଲୁଗୁମ୍ମା ସ୍ଥିତ ପୋଲିସ୍ ଫାଣ୍ଡି ସମ୍ମୁଖରେ ଜନ ସାଧାରଣଙ୍କୁ ବିଶୁଦ୍ଧ ଥଣ୍ଡା ପାଣି ଯୋଗାଣର ବ୍ୟବସ୍ଥା ପାଇଁ ଆଜି ଏକ କୋଲ୍ଡ ୱ।ଟର ପ୍ୟୁରିଫାଏର ମେସିନର ସ୍ଥାପନ କରାଯାଇଛି । ଉକ୍ତ ପ୍ୟୁରିଫାଏର ଉଦଘାଟନ କାର୍ଯ୍ୟକ୍ରମରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ
କୁଡୁମୁଲୁଗୁମ୍ମା ଫାଣ୍ଡିରେ ବିଶୁଦ୍ଧ ଥଣ୍ଡା ପାଣି ର ବ୍ୟବସ୍ଥା


ମାଲକାନଗିରି, ୨୩ ଜୁନ୍ (ହି.ସ.)- କୁଡୁମୁଲୁଗୁମ୍ମା ସ୍ଥିତ ପୋଲିସ୍ ଫାଣ୍ଡି ସମ୍ମୁଖରେ ଜନ ସାଧାରଣଙ୍କୁ ବିଶୁଦ୍ଧ ଥଣ୍ଡା ପାଣି ଯୋଗାଣର ବ୍ୟବସ୍ଥା ପାଇଁ ଆଜି ଏକ କୋଲ୍ଡ ୱ।ଟର ପ୍ୟୁରିଫାଏର ମେସିନର ସ୍ଥାପନ କରାଯାଇଛି । ଉକ୍ତ ପ୍ୟୁରିଫାଏର ଉଦଘାଟନ କାର୍ଯ୍ୟକ୍ରମରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ଯୋଗଦେଇ ରିବନ୍ ଫିତା କାଟି ଶୁଭାରମ୍ଭ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ ସରପଞ୍ଚ ମଙ୍ଗଳା ମାଢୀ, ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ଲ୍ୟାମ୍ପ ସଭାପତି ଗୋପି ପାଙ୍ଗୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ରେବତୀନାଥ ମାଝୀ, ଫାଣ୍ଡି ଅଧିକାରୀ କୃଷ୍ଣ ଚନ୍ଦ୍ର ହିଆଲ୍ ଓ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ମାଝୀ କହିଥିଲେ ଯେ, ଗ୍ରାମ ପଞ୍ଚାୟତ ତରଫରୁ ଏହି ୱ।ଟର ପ୍ୟୁରିଫାଏର ଲଗାଇବା ଦ୍ୱାରା କୁଡୁମୁଲୁଗୁମ୍ମା ଫାଣ୍ଡିକୁ ଆସୁଥିବା ଓ ରାସ୍ତାରେ ଯାତାୟତ କରୁଥିବା ଶହ ଶହ ତୃଷାର୍ତ୍ତ ମାନଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଯୋଗାଇବାରେ ସହାୟକ ହେବ । ବ୍ଲକ ଅଧ୍ୟକ୍ଷ ଶ୍ରୀ କିର୍ଷାନୀ କହିଥିଲେ ଯେ, ପାନୀୟ ଜଳ ଯୋଗାଣ ଭଳି ପୁଣ୍ୟ କାର୍ଯ୍ୟ କରିଥିବାରୁ ସେ ସରପଞ୍ଚ ଓ ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ । ଫାଣ୍ଡି ଅଧିକାରୀ ଶ୍ରୀ ହିଆଲ ମଧ୍ୟ ସମଭାବରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande