ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ସମ୍ପର୍କିତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସହ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା, ୨୩ ଜୁନ୍(ହି.ସ.) – ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ନିମନ୍ତେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତ
--ସ୍ୱତନ୍ତ୍ର ସଘନ ସଂଶୋଧନ (ଝଓଜ)-୨୦୨୬ ସମ୍ପର୍କିତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସହ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ


କେନ୍ଦ୍ରାପଡ଼ା, ୨୩ ଜୁନ୍(ହି.ସ.) – ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ନିମନ୍ତେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଡିସିସି(କଂଗ୍ରେସ)ର ଉପସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ଦାସ, ବିଜେପିର ସାଧାରଣ ସମ୍ପାଦକ ଶ୍ରୀ ଉପୀନ କୁମାର ରାଉତ, ବିଏସ୍ପିର ଜିଲ୍ଲା ପ୍ରଭାରୀ ଶ୍ରୀ ସୁଧାକର ମଲ୍ଲିକ, ସିପିଆଇ(ଏମ୍)ର ସମ୍ପାଦକ ଶ୍ରୀ ଗୟାଧର ଧଳ ଏବଂ ବିଜେଡିର ଜିଲ୍ଲା ସଭାପତି ଶ୍ରୀ ଶିବ ପ୍ରସାଦ ଭୋଳ ଉପସ୍ଥିତ ଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଅତିରିକ୍ତ ଉପଜିଲ୍ଲାପାଳ ସନ୍ଧ୍ୟାଞ୍ଜଳି ମାଝୀ ଏବଂ ଡେପୁଟି କଲେକ୍ଟର(ନିର୍ବାଚନ) ଅମୀୟ କେତନ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅନ୍ତର୍ଗତ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ ଏବଂ ତଥ୍ୟର ଡିଜିଟାଇଜେସନ୍ ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏହାସହ ଖସଡ଼ା ଭୋଟର ତାଲିକା ପ୍ରକାଶ ଓ ପରବର୍ତୀ ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଏକ ସମ୍ପୂର୍ଣ୍ଣ, ସଠିକ୍ ଏବଂ ଅନ୍ତର୍ଭୁକ୍ତିମୂଳକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ସମସ୍ତ ଅଂଶୀଦାରଙ୍କ ସକ୍ରିୟ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ବୁଥ୍ ସ୍ତରୀୟ ଅଧିକାରୀ ଓ ବୁଥ୍ ସ୍ତରୀୟ ଏଜେଂଟଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା, ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ବୈଠକ ଆୟୋଜନ କରିବା ଏବଂ ଭୋଟର ତାଲିକା ସମ୍ବନ୍ଧୀୟ ବିଷୟଗୁଡ଼ିକର ଫଳପ୍ରଦ ସମାଧାନ ଉପରେ ମଧ୍ୟ ବିଶେଷ ଆଲୋଚନା ହୋଇଥିଲା। ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଅଧିକ ସୁଚାରୁ ଓ ସ୍ୱଚ୍ଛ କରିବା ନିମନ୍ତେ ବିଭିନ୍ନ ମତାମତ ଓ ପ୍ରସ୍ତାବ ରଖିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ପ୍ରକ୍ରିୟାରେ ସ୍ୱଚ୍ଛତା, ଅନ୍ତର୍ଭୁକ୍ତିକରଣ ଏବଂ ସଠିକତା ବଜାୟ ରଖିବା ପାଇଁ ପ୍ରତିବଦ୍ଧତା ବ୍ୟକ୍ତ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande