ଭିଜିଲାନ୍ସ ଖୋଳତାଡ଼ରେ ହେଲା ଚିହ୍ନଟ : ସମ୍ବଲପୁର କାଡା ନିର୍ବାହୀ ଯନ୍ତ୍ରୀଙ୍କ ନାମରେ ରହିଛି ବହୁ ମୂଲ୍ୟବାନ ଜମି ଓ ଏକାଧିକ ପ୍ଲଟ

ସମ୍ବଲପୁର, ୨୩, ଜୁନ୍ (ହି.ସ.) - ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସମ୍ବଲପୁର କାଡା (କମାଣ୍ଡ ଏରିଆ ଡେଭଲପମେଂଟ ଅଥରିଟି) ବିଭାଗର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ବେଳେ ବିଭିନ୍ନ ଜିଲ୍ଲାରେ ତାଙ୍କର ଥିବା ଏକାଧିକ ଜମି ଓ ପ୍ଲଟର ସୁରାକ୍ ମିଳିଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ, କଟକ, ଭୁବନେଶ୍ୱର, ପୁରୀ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ମୌଜାରେ ତାଙ୍କ ନାମରେ ମୋଟ ୧୩ଟି ମୂଲ୍ୟବାନ ଜମି ରହିଛି। କଟକ ଜିଲ୍ଲାର ବିଦ୍ୟାଧରପୁର ମୌଜାରେ ୩ଟି ପ୍ଲଟ, ଭୁବନେଶ୍ୱରର ନୂଆଗାଁ ଓ କୋଚିଲାପୁଟ ଅଂଚଳରେ ୫ଟି ପ୍ଲଟ, ପୁରୀ ଜିଲ୍ଲାର ଡେଲାଙ୍ଗ ଅଂଚଳରେ ଗୋଟିଏ ପ୍ଲଟ, ବାଲେଶ୍ୱର ଜିଲ୍ଲାର ବସ୍ତା ତହସିଲ ଅଧୀନ ଡୁଣ୍ଡା ମୌଜାରେ ୩ଟି ପ୍ଲଟ ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦା ଓ କୋରେଇ ଅଂଚଳରେ ୪ଟି ପ୍ଲଟ ରହିଥିବା ଜବତ ଦଲିଲରୁ ସ୍ପଷ୍ଟ ହୋଇଛି । ଭିଜିଲାନ୍ସ ପକ୍ଷରୁ ଏହି ଚିହ୍ନଟ ସମ୍ପତି ଗୁଡ଼ିକର ବଜାର ମୂଲ୍ୟ, କ୍ରୟ ସମୟର ଦଲିଲ ଓ ଆୟର ଉତ୍ସ ସମ୍ପର୍କରେ ଅଧିକ ଯାଂଚ ଜାରି ରହିଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande