ଜିଲ୍ଲା ସଦର ମହକୁମାରେ ପଶିଳା ଭିଜିଲାନ୍ସ, ସେଚାଞ୍ଚଳ ବିଭାଜନ ଉନ୍ନୟନ କାର୍ଯ୍ୟାଳୟ ଚଳଚଞ୍ଚଳ
ଜିଲ୍ଲା ସଦର ମହକୁମାରେ ଗୋଡ଼ ଥାପିଲା ଭିଜିଲାନ୍ସ, ସେଚାଞ୍ଚଳ ବିଭାଜନ ଉନ୍ନୟନ କାର୍ଯ୍ଯାଳୟରେ ଚଳଚଞ୍ଚଳ

ସମ୍ବଲପୁର, ୨୩, ଜୁନ୍ (ହି.ସ.) ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡିଥିବା ପଶ୍ଚିମ ଓଡ଼ିଶାର ରାଜଧାନୀ ସମ୍ବଲପୁର ସହରର ସର୍ବାଙ୍ଗିନ ବିକାଶ ପାଇଁ ବର୍ତ୍ତମାନର ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । ବିଭିନ୍ନ ମୃତ ପ୍ରଳ୍ପପକୁ ଜୀବନ୍ତ, ସୁପ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ ସହ କୋଟିକୋଟି ଟଙ୍କା ବ୍ୟୟ ମଞ୍ଜୁରୀରେ ବହୁ ନୁଆ ନୁଆ ପ୍ରକଳ୍ପ ମୁଣ୍ଡ ଟେକିଥିବା ଦେଖିବାକୁ ମିଳିଛି। ହେଲେ ତଦାରଖ ଦିଗକୁ ବାଟବଣା କରି ଶୀତତାପ ନିୟନ୍ତ୍ରିତ କୋଠରୀରେ ବିଭିନ୍ନ ବିଭାଗର ନିର୍ବାହୀ ଯନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହୁଥିବା ବେଳେ କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ମେଳିରେ ବହୁ ଅର୍ଥ ବାଟମାରଣା ହୋଇଆସୁଛି । ଜିଲ୍ଲା ସଦର ମହକୁମାରେ ଥିବା ସମସ୍ତ ଯାନ୍ତ୍ରିକ ଓ ବୈଷୟିକ ବିଭାଗ ଗୁଡିକ ଯେନତେନ ପ୍ରକାରେ ତଥାକଥିତ ରାଜନୈତିକ ନେତା ଓ ମନ୍ତ୍ରୀଙ୍କୁ ତୁଷ୍ଟିକରଣ କରି ଚଳାଇ ଆସୁଥିବା ଏହି ଦୁର୍ନୀତିକୁ ମୂଳରୁ ଓପାଡିବା ପାଇଁ ଆଜି ଜିଲ୍ଲା ସଦରାଞ୍ଚଳର ନିର୍ଦ୍ଧିଷ୍ଟ କେତେକ କାର୍ଯ୍ୟାଳୟକୁ ତନଖି କରି ରାଜ୍ଯ ଭିଜିଲାନ୍ସ ବିଭାଗ କ୍ଲିନ୍ ଚିଟ୍ ଦେବାକୁ ଆସିଥିବା ଜଣାପଡିଛି । ତେଣୁ କାର୍ଯ୍ଯାଳୟ ଗୁଡ଼ିକର ସମସ୍ତ ଅସଜଡା ଫାଇଲ ପତ୍ରକୁ ସଜାଡ଼ି ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମାନେ ବେଶ୍ ପ୍ରସ୍ତୁତି କରୁଥିବା ଦେଖାଯାଇଛି । ଭିଜିଲାନ୍ସ ବିଭାଗର କ୍ଲିନ୍ ଚିଟ୍ ନେବାରେ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ସେଚାଞ୍ଚଳ ଉନ୍ନୟନ ବିଭାଜନର ୪ ନମ୍ବର ଅତାବିରା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଫେଲ୍ ମାରିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଭଳି ଅଭିଯୋଗରେ ସାଙ୍ଘାତିକ ଭାବେ ଛନ୍ଦି ହୋଇ ପଡିଛନ୍ତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ । ବିଭିନ୍ନ କାର୍ଯ୍ୟରେ ପିସି ଦେଣ ନେଣ ଏକ ନିୟମରେ ପରିଣତ ହୋଇ ଆସୁଥିଲେ ମଧ୍ୟ କେନାଲ କାମରେ କୁଆଡେ଼ ନିର୍ବାହୀ ଯନ୍ତ୍ରୀ ୨୦ ରୁ ୨୫ ପ୍ରତିଶତ ନେବା କିଛି ଠିକାଦାରଙ୍କ ପାଇଁ ଅସନ୍ତୋଷର କାରଣ ପାଲଟିଥିବା କୁହାଯାଉଛି । ତେବେ ଭିଜିଲାନ୍ସ ବିଭାଗ ଆଜି ସମ୍ବଲପୁରସ୍ଥିତ ତାଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ କଟକ, ବାଲେଶ୍ଵର, ଅନୁଗୋଳ ଓ ମାଲକାନଗିରି ଭଳି ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଥିବା ଜଣାପଡିଛି । ବିରି ମାଡ଼ ଦେଖି କୋଳଥ ଚେପା ନ୍ୟାୟରେ ଏବେ ଅନ୍ୟାନ୍ୟ ଯାନ୍ତ୍ରୀକ ଓ ବୈଷୟିକ ବିଭାଗ ଗୁଡିକ ବେଶ୍ ଚଳଚଞ୍ଚଳ ହୋଇ ଉଠିଥିବା ଦେଖିବାକୁ ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande