
ଭୁବନେଶ୍ୱର, 23 ଜୁନ୍ (ହି.ସ.)- ପୂର୍ବତଟ
ରେଳବାଇର ୬୩୧ ରୁଟ୍ କିଲୋମିଟର ଅଞ୍ଚଳରେ ‘କବଚ’ ସୁରକ୍ଷା ପ୍ରଣାଳୀର କାର୍ଯ୍ୟକାରୀକରଣ ପାଇଁ
ମଞ୍ଜୁରି ମିଳିବା ପରେ ପିଏମ ମୋଦି ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, ପୂର୍ବତଟ ରେଳବାଇର ୬୩୧ ରୁଟ୍ କିଲୋମିଟର ଅଞ୍ଚଳରେ ‘କବଚ’ସୁରକ୍ଷା
ପ୍ରଣାଳୀର କାର୍ଯ୍ୟକାରୀକରଣ ପାଇଁ ମଞ୍ଜୁରି ମିଳିବା ଆମ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ
ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,
ପୂର୍ବତଟ ରେଳବାଇ ନେଟୱର୍କର ଏକ ପ୍ରମୁଖ ଅଂଶ ଭାବେ ଓଡ଼ିଶା ଏହା ଦ୍ୱାରା ଯାତ୍ରୀ ସୁରକ୍ଷାରେ
ବୃଦ୍ଧି, ଦୁର୍ଘଟଣାର
ଆଶଙ୍କା ହ୍ରାସ, ଟ୍ରେନ୍ ପରିଚାଳନାରେ ଉନ୍ନତି ଏବଂ ରେଳ ସେବାର ବିଶ୍ୱସନୀୟତା ବୃଦ୍ଧି
ଭଳି ଅନେକ ସୁଫଳ ପାଇବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,
ଦେଶୀୟ ଭାବେ ବିକଶିତ ଏହି ଆଧୁନିକ ପ୍ରଯୁକ୍ତି ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ
ଅର୍ଥନୈତିକ ଅଭିବୃଦ୍ଧିକୁ ଗତିଶୀଳ କରିବ ଏବଂ ଓଡ଼ିଶାବାସୀଙ୍କ ପାଇଁ ଏକ ଅଧିକ ସୁରକ୍ଷିତ ଓ
କାର୍ଯ୍ୟକ୍ଷମ ରେଳ ବ୍ୟବସ୍ଥା ଗଠନରେ ସହାୟକ ହେବ।
ରେଳ ସୁରକ୍ଷାକୁ ସୁଦୃଢ଼
କରିବା ଏବଂ ଭାରତୀୟ ରେଳବାଇର ଆଧୁନିକୀକରଣ ପ୍ରତି ଦୃଢ଼ ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦିଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା