ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 23 ଜୁନ୍ (ହି.ସ.)- ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଖର ରାଷ୍ଟ୍ରବାଦୀ ଚିନ୍ତକ, ମହାନ ଶିକ୍ଷାବିଦ୍ ଏବ
ଡକ୍ଟର ଶ୍ୟାମାପ୍ରସାଦ     ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 23 ଜୁନ୍ (ହି.ସ.)- ଡକ୍ଟର

ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଖର

ରାଷ୍ଟ୍ରବାଦୀ ଚିନ୍ତକ, ମହାନ ଶିକ୍ଷାବିଦ୍ ଏବଂ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ

ଦିବସରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଯେ, ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ସାଂସ୍କୃତିକ ଗୌରବ ପାଇଁ ନିଜ ଜୀବନକୁ ସମର୍ପିତ

କରିଦେଇଥିବା ଶ୍ରଦ୍ଧେୟ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତ୍ୟାଗ, ସଂଘର୍ଷ

ଏବଂ ରାଷ୍ଟ୍ରନିଷ୍ଠା ସଦାସର୍ବଦା ଆମ ସମସ୍ତଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ ଦେଇଆସିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଯେ, ‘ଏକ

ନିଶାନ, ଏକ

ପ୍ରଧାନ, ଏକ

ବିଧାନ’ର ସଂକଳ୍ପ ସହିତ ସେ ଦେଶହିତରେ ଯେଉଁ ଅଦ୍ୱିତୀୟ ଅବଦାନ ରଖିଥିଲେ, ତାହା

ଭାରତୀୟ ଇତିହାସରେ ସଦା ଅମର ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande