
ଭୁବନେଶ୍ୱର, 23 ଜୁନ୍ (ହି.ସ.)- ଡକ୍ଟର ଶ୍ୟାମା
ପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
। ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ
ଦେଶପ୍ରେମୀ, ପ୍ରଚଣ୍ଡ ଶିକ୍ଷାବିତ୍,
ପ୍ରଖର ବାଗ୍ମୀ ଏବଂ ଭାରତୀୟ ଜନସଂଘର ପ୍ରତିଷ୍ଠାତା, ସମ୍ମାନୀୟ
ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟତିଥିରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ
ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।
ସେ କହିଛନ୍ତି ଯେ, ଭାରତର
ଏକତା ଓ ଅଖଣ୍ଡତା ପାଇଁ ସର୍ବସ୍ୱ ବଳିଦାନ
କରିଥିବା ରାଷ୍ଟ୍ରଭକ୍ତ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ଜୀବନର ପ୍ରତିଜ୍ଞା ଥିଲା ଏକ
ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ, ଦୋ ନିଶାନ, ନହିଁ ଚଲେଙ୍ଗେ”। ରାଷ୍ଟ୍ର ନିର୍ମାଣ ଓ ମାତୃଭୂମିର ସେବା ପାଇଁ
ତାଙ୍କର ନିଶ୍ୱାର୍ଥପର ତ୍ୟାଗ ଏବଂ ଆଦର୍ଶ ପ୍ରତିଟି ଭାରତୀୟଙ୍କୁ ସଦାସର୍ବଦା ଅନୁପ୍ରାଣିତ
କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା