
ଭୁବନେଶ୍ୱର, 23 ଜୁନ୍ (ହି.ସ.)- ଆୟ ବହିର୍ଭୁତ
ସଂପତି ଠୁଳ ଅଭିଯୋଗରେ ସମ୍ବଲପୁର ସିଏଡିଏ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ୭ଟି
ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରିଛି ।
ଆଜିସମ୍ବଲପୁର
ସିଏଡିଏବିଭାଗ, ସମ୍ବଲପୁରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ପଦ୍ମଲୋଚନ ନାୟକଙ୍କ
ବିରୋଧରେ ଆୟ ବହିର୍ଭୁତ ସଂପତି ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ
ଚଢ଼ାଉ ଜାରି ରହିଛି।
ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସମ୍ବଲପୁରଙ୍କ
ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୪ ଜଣ ଡିଏସପି, ୧୩ ଜଣ
ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ
ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଦଳ ସମ୍ବଲପୁର, କଟକ, ବାଲେଶ୍ୱର
ଓ ମାଲକାନଗିରି ଜିଲ୍ଲାର ୭ଟି ସ୍ଥାନରେ ଚଢ଼ାଉ କରୁଛନ୍ତି । ସମ୍ବଲପୁର ଧନୁପାଲିସ୍ଥିତ ଶ୍ରୀ
ପଦ୍ମଲୋଚନ ନାୟକଙ୍କ ଭଡ଼ା ଘର, କଟକର ବିଦ୍ୟାଧରପୁରସ୍ଥିତ ଶ୍ରୀ ନାୟକଙ୍କ ତିନି ମହଲା ବିଶିଷ୍ଟ
ବାସଭବନ, ବାଲେଶ୍ୱର ଜିଲ୍ଲା, ବସ୍ତା
ଥାନା ଅନ୍ତର୍ଗତ ମୁଖାଲିସ୍ଥିତ ଶ୍ରୀ ନାୟକଙ୍କ ଦୁଇ ମହଲା ବିଶିଷ୍ଟ ବାସଭବନ, ସମ୍ବଲପୁର
ଧନୁପାଲିସ୍ଥିତ ଶ୍ରୀ ପଦ୍ମଲୋଚନ ନାୟକଙ୍କ କାର୍ଯ୍ୟାଳୟ, କଟକ ସହରରେ ଅବସ୍ଥିତ ଶ୍ରୀ ନାୟକଙ୍କ ସଂପର୍କୀୟଙ୍କ
ଘରେ ଦୁଇଟି ସ୍ଥାନ, ମାଲକାନଗିରି ଜିଲ୍ଲାର କାଲିମେଳାରେ ଥିବା ତାଙ୍କ ଜଣେ ସଂପର୍କୀୟଙ୍କ ଏକ ଘରେ
ଚଢ଼ାଉ କାର୍ଯ୍ୟ ଜାରି ରହିଛି
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା