ପୂରା ରାଜ୍ୟକୁ ଛୁଇଁଲା ମୌସୁମୀ
ଭୁବନେଶ୍ୱର, ୨୩ ଜୁନ (ହି.ସ)- ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂରା ରାଜ୍ୟକୁ ଛୁଇଁଛି । ଜୁନ ୧୨ରେ ରାଜ୍ୟକୁ ଅଗ୍ରସର ହୋଇଥିଲା ମୌସୁମୀ । ମଙ୍ଗଳବାର ସମ୍ପୂର୍ଣ୍ଣ ରାଜ୍ୟକୁ ହେଲା ଅଗ୍ରସର । ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି ।ଏହାସହ ରାଜ୍ୟରେ ଟ୍ରପ ଲା
monsoon


ଭୁବନେଶ୍ୱର, ୨୩ ଜୁନ (ହି.ସ)- ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂରା ରାଜ୍ୟକୁ ଛୁଇଁଛି । ଜୁନ ୧୨ରେ ରାଜ୍ୟକୁ ଅଗ୍ରସର ହୋଇଥିଲା ମୌସୁମୀ । ମଙ୍ଗଳବାର ସମ୍ପୂର୍ଣ୍ଣ ରାଜ୍ୟକୁ ହେଲା ଅଗ୍ରସର । ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି ।ଏହାସହ ରାଜ୍ୟରେ ଟ୍ରପ ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆହୁରି ୫ ଦିନ ଯାଏ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଗତକାଲି ଭୁବନେଶ୍ୱର ଓ କଟକରେ ଝିପି ଝିପି ବର୍ଷା ହେଉଥିବା ବେଳେ ଆସନ୍ତା ୨୪ ଘଂଟାରେ ଅଧିକାଂଶ ଜିଲ୍ଲାର ବର୍ଷା ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ ୧୨ ଜୁନରେ ରାଜ୍ୟକୁ ଅଗ୍ରସର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୧୧ ଦିନରେ ଅର୍ଥାତ ୨୩ ତାରିଖରେ ସମ୍ପୂର୍ଣ୍ଣ ରାଜ୍ୟକୁ ଅଗ୍ରସର ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande