ବ୍ରହ୍ମବରଦାରେ ସର୍ବ ଭାରତୀୟ ଉର୍ଦ୍ଦୁ କବି ସମ୍ମିଳନୀ : ଅଖଣ୍ଡ ଭାରତରେ ଭାଇଚାରାର ସମ୍ପର୍କ ବିରଳ
ଧର୍ମଶାଳା,୨୩ ଜୁନ୍(ହି.ସ.) - ଅଖଣ୍ଡ ଭାରତରେ ଭାଇଚାରାର ସମ୍ପର୍କ ବିରଳ । ପରାଧୀନ ଭାରତ ବର୍ଷରୁ ଭିନ୍ନ ସମ୍ପ୍ରଦାୟର କବି ଓ ସାହିିତ୍ୟିକମାନେ ସେମାନଙ୍କ ଉଦ୍ୟମ ଆଜି ବିଶ୍ୱ ସ୍ତରରେ ପଂହଚାଇ ପାରିଛନ୍ତି । ଏହି ପରମ୍ପରା ସବୁ ଦିନ ବଜାୟ ରହିବ । ଉର୍ଦ୍ଦୁଭାଷା ଓ ସଂସ୍କୃତିର ସୁରକ୍ଷା ବହନ କରିଥାଏ ।
ବ୍ରହ୍ମବରଦାରେ ସର୍ବ ଭାରତୀୟ ଉର୍ଦ୍ଦୁ କବି ସମ୍ମିଳନୀ : ଅଖଣ୍ଡ ଭାରତରେ ଭାଇଚାରାର ସମ୍ପର୍କ ବିରଳ


ଧର୍ମଶାଳା,୨୩ ଜୁନ୍(ହି.ସ.) - ଅଖଣ୍ଡ ଭାରତରେ ଭାଇଚାରାର ସମ୍ପର୍କ ବିରଳ । ପରାଧୀନ ଭାରତ ବର୍ଷରୁ ଭିନ୍ନ ସମ୍ପ୍ରଦାୟର କବି ଓ ସାହିିତ୍ୟିକମାନେ ସେମାନଙ୍କ ଉଦ୍ୟମ ଆଜି ବିଶ୍ୱ ସ୍ତରରେ ପଂହଚାଇ ପାରିଛନ୍ତି । ଏହି ପରମ୍ପରା ସବୁ ଦିନ ବଜାୟ ରହିବ । ଉର୍ଦ୍ଦୁଭାଷା ଓ ସଂସ୍କୃତିର ସୁରକ୍ଷା ବହନ କରିଥାଏ । କବିମାନେ ତାଙ୍କ ଗଜଲ,ନଜମ ଓ ଶାୟରୀ ପ୍ରସ୍ତୁତ କରି ସାମାଜିକ,ସାଂସ୍କୃତିକ ଓ ମାନବୀୟ ଭାବନାର ଅଭିବ୍ୟକ୍ତି କରିଥାଏ। କବିମାନଙ୍କୁ ତାଙ୍କର ସୃଜନଶୀଳତା ପ୍ରକାଶ କରିବାରେ ମଂଚ ଦେବା ଏବଂ ଶ୍ରୋତାମାନଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିଥାଏ ବୋଲି ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାଠାରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ଉର୍ଦ୍ଧ ଏକାଡେମୀ ପକ୍ଷରୁ ଆୟୋଜିତ ହୋଇଥିବା ସର୍ବ ଭାରତୀୟ ଉର୍ଦ୍ଦୁ କବି ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କବିମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ପୂର୍ବତନ ପ୍ରଶାସକ ସୟଦ ମହମ୍ମଦ ଅକଦସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜେପି ଜିଲା ସଭାନେତ୍ରୀ ଦେବଯାନୀ ପ୍ରଧାନ,ବରୀ ନିର୍ବାଚନ ମଣ୍ଡଳୀର ଯୁବନେତା ଉମେଶ ଜେନା,ବ୍ରହ୍ମବରଦା ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ,କୁଆଖିଆ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ,ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶନୀ ଦେଓ ଓ ଯାଜପୁର ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସାଗର ଜେନାଙ୍କ ସମେତ ଅବିଭକ୍ତ ବ୍ରହ୍ମବରଦା ଅଂଚଳର ବରିଷ୍ଠ ମୁରବୀ ପ୍ରମୁଖ ଉପସ୍ଥିତ ରହି କବି ମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଅତିଥି ଓ କବିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଧ୍ୟପ୍ରଦେଶ ଭୋପାଲର ଅତୁଲ ଅଜନବୀ, ଅଫଜଲ ଦାନିଶ୍,ଇସମାଇଲ ନଜର,ଦିଲ୍ଲୀର ୱାରିଶ ୱାରଶି,ଦିଲ ସାଦ୍ ଖେରାବାଦୀ,ଅବଜଲ ଆଲାହାବାଦୀ, ଓଡିଶା ଭଦ୍ରକର ମୁସ୍ତାକ ଗହର,ଜଫର ଦାନିଶ୍,କଟକର ସେକ୍ ସୟଦ ମହମ୍ମଦ ଅକଦଶ, ସମିଉଲ ହକ୍,ବ୍ରହ୍ମବରଦାର ଅବଦୁଲ ରେହେମାନ ଆବିଦ ପ୍ରମୁଖ ସେମାନଙ୍କ କାବ୍ୟ ମଧ୍ୟମରେ ଶହଶହ ଶ୍ରୋତାମାନଙ୍କ ମନ ମୁଗ୍ଧ କରିଥିଲେ । ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ସେକ୍ ତନବିର ରବାନି ମଂଚ ସଂଯୋଜନା କରିଥିଲେ । ଶେଷରେ ଜକି ଆଲାମ୍ ଧନ୍ୟବାଦ ଅର୍ପଣ କରିଥିଲେ । ମଂଚ ପରିଚାଳନାରେ ଯୁବନେତା ପ୍ରଦୀପ ଦାସ,ଜିଲା ସଂଖ୍ୟ ଲଘୁ ସେଲ ସଭାପତି ଜୁଲଫୁକାର ଅଲ୍ଲୀ ଖାଁନ୍,ସଫି ଆଲାମ ଖାଁନ୍,ରାକେଶ ଦେଓ ଓ ଅନୱର ଖାଁନ୍ ପ୍ରମୁଖ ସହଯୋଗ କରିଥିଲେ । ବ୍ରହ୍ମବରଦା ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande