ଜୁଲାଇ ୯ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍
ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବେ ଭୁବନେଶ୍ୱର, ୨୩ ଜୁନ (ହି.ସ)- ଦୂର ତଥା ଗଭୀର ସମୁଦ୍ର ଅଂଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ (ପ୍ରାଧ୍ୟାକୃତ ଅନୁମତି ପତ୍ର) ର ଜାତୀୟ ଶ
fhy


ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର, ୨୩ ଜୁନ (ହି.ସ)- ଦୂର ତଥା ଗଭୀର ସମୁଦ୍ର ଅଂଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ (ପ୍ରାଧ୍ୟାକୃତ ଅନୁମତି ପତ୍ର) ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜନ ନେଇ ମଙ୍ଗଳବାର ଦିନ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଆସନ୍ତା ୯ ଜୁଲାଇରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ( ଓୟୁଏଟି), ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଏହି ଜାତୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ୍ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥସହ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସଂପୃକ୍ତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଦସ୍ୟ, ବିଭିନ୍ନ ରାଜ୍ୟର ପ୍ରତିନିଧ୍, ଜାତୀୟ ମତ୍ସ୍ୟ ସଂସ୍ଥାଗୁଡ଼ିକର ଅଧିକାରୀ ଏବଂ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ, ମତ୍ସ୍ୟଚାଷ କ୍ଷେତ୍ରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଆଦି ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ ଜଣ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ‘ଲେଟର ଅଫ୍ ଅଥରାଇଜେସନ୍ (ଏଲ୍ଓଏ)' ଯୋଗ୍ୟ ଭାରତୀୟ ପତାକାଧାରୀ ମାଛ ଧରା ଜାହାଜଗୁଡ଼ିକୁ ଜାତୀୟ ଓ ଆନ୍ତର୍ଜାତିକ ନିୟମାବଳୀ ଅନୁସାରେ ଦୂର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ କରିବା ପାଇଁ ଅନୁମତି ପ୍ରଦାନ କରିବା ସହ ମତ୍ସ୍ୟଜୀବୀମାନଙ୍କର ଆର୍ôଥକ ବିକାଶରେ ସହାୟକ ହେବ ।

ବୈଠକରେ ଉପରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରି ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବିଶେଷକରି ପ୍ରୋଟୋକଲ୍ ଅନୁଯାୟୀ ବ୍ୟବସ୍ଥା, ସୁରକ୍ଷା, ଯାତାୟାତ, ସାମୟିକ ରହଣି, ଭିଡ଼ ନିୟନ୍ତ୍ରଣ, ପରିଚ୍ଛନ୍ନତା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଚିକିତ୍ସା ସହାୟତା ଏବଂ ଗଣମାଧ୍ୟମ ପ୍ରଚାର ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ । ଗୃହ ବିଭାଗ ତଥା ପୋଲିସ କମିଶନରେଟକୁ ଭିଭିଆଇପି ସୁରକ୍ଷା, ଟ୍ରାଫିକ୍ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର ମହାନଗର ନିଗମ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ସହରର ସୌନ୍ଦର୍ଯ୍ୟକରଣ, ସ୍ଥାନ ପରିଚ୍ଛନ୍ନତା, ବେରିକେଡିଂ, ପାକିଂ ବ୍ୟବସ୍ଥା ଓ ଜରୁରୀକାଳୀନ ସହାୟତା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମକୁ ଅତିଥିମାନଙ୍କ ପାଇଁ ଯାତାୟତ ଓ ସାମୟିକ ରହଣି ସମୟରେ ଆବଶ୍ୟକ ସୁବିଧା ଦାୟିତ୍ୱ ଦିଆଯାଇଥିବା ବେଳେ, ଓୟୁଏଟି ପକ୍ଷରୁ ମଞ୍ଚ, ଅଡିଓ-ଭିଜୁଆଲ୍ ସୁବିଧା, ଡିଜି ବ୍ୟାକଅପ୍ ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଛାତ୍ର ସ୍ୱେଚ୍ଛାସେବୀ ସହାୟତା କରିବାକୁ ବ୍ୟବସ୍ଥା କରାଯିବ ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ମତ୍ସ୍ୟ ସମ୍ପଦ, ସାମୁଦ୍ରିକ ପରିବେଶ ଓ ଭବିଷ୍ୟତ ପିଢ଼ିର ସ୍ୱାର୍ଥକୁ ସୁରକ୍ଷିତ ରଖି ଦେଶରେ ଗଭୀର ସମୁଦ୍ରରେ ଦାୟିତ୍ୱପୂର୍ଣ୍ଣ ମାଛଧରାକୁ ପ୍ରୋତ୍ସାହନ ଦେବା ସହିତ ଓଡ଼ିଶାକୁ ସ୍ଥାୟୀ ମତ୍ସ୍ୟ ବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବ ।

ବୈଠକରେ ଶିଳ୍ପ, ଗୃହ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କମିଶନର ତଥା ଶାସନ ସଚିବ ପ୍ରେମଚନ୍ଦ୍ର ଚୌଧାରୀ, ଭୁବନେଶ୍ୱର ମହାନଗର ନିଗମ କମିଶନର ଚଂଚଳ ରାଣା, ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ଯୁଗ୍ମ ଶାସନ ସଚିବ ଡଃ. ସୁରଭି ରାୟଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭିନ୍ନ ବିଭାଗ ଓ ସଂସ୍ଥାଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପ୍ରସ୍ତୁତି ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande