ଧନୁପାଲି ପୋଲିସ ଦ୍ୱାରା ବେଆଇନ କଫ୍ ସିରପ୍ ଜବତ, ଜଣେ ଗିରଫ
ସମ୍ବଲପୁର, ୨୭ ଜୁନ୍(ହି.ସ.) – ସ୍ଥାନୀୟ ଧନୁପାଲି ଥାନା ଅଂଚଳରେ ପୋଲିସ ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କଫ୍ ସିରପ୍ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଧନୁପାଲି ଥାନା ଅଂଚଳରେ ନିଷେଧାଦେଶ ଥିବା କୋଡିନ ଯୁକ୍ତ କଫ୍ ସିରପ ବେଆଇନ
ଧନୁପାଲି ପୋଲିସ ଦ୍ଵାରା ବେଆଇନ କଫ୍ ସିରପ୍ ଜବତ,  ଜଣେ ଗିରଫ


ସମ୍ବଲପୁର, ୨୭ ଜୁନ୍(ହି.ସ.) – ସ୍ଥାନୀୟ ଧନୁପାଲି ଥାନା ଅଂଚଳରେ ପୋଲିସ ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କଫ୍ ସିରପ୍ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଧନୁପାଲି ଥାନା ଅଂଚଳରେ ନିଷେଧାଦେଶ ଥିବା କୋଡିନ ଯୁକ୍ତ କଫ୍ ସିରପ ବେଆଇନ ଭାବେ ବିକ୍ରି ଓ ଚୋରାଚାଲାଣ ହେଉଥିବା ନେଇ ପୋଲିସ ସୂଚନା ପାଇଥିଲେ। ଏହାକୁ ଆଧାର କରି ଧନୁପାଲି ଥାନା ଆଇଆଇସି ଆଦିତ୍ୟ ମହାକୁରଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗତକାଲି ଚଢ଼ାଉ କରି ଉକ୍ତ କଫ୍ ସିରପ୍ ବୋତଲଗୁଡ଼ିକୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲେ ଧନୁପାଲି ଥାନା ଅନ୍ତର୍ଗତ ମହାବୀର ପଡ଼ାର ବବୁଲୁ ତିୱାରୀ(୩୨)। ଏହି ମାମଲାରେ ଧନୁପାଲି ଥାନା କେସ୍ ନମ୍ବର ୨୨୧/୨୬ ଉପରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୭୬/୨୭୭ ଏବଂ ଓଡ଼ିଶା ଅବକାରୀ ଆକ୍ଟ ୨୦୦୮ର ଧାରା ୫୨(କ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୋଲିସ ପକ୍ଷରୁ ଆବଶ୍ୟକୀୟ କାଗଜପତ୍ର କାର୍ଯ୍ୟାନୁଷ୍ଠାନ ଶେଷ ହେବାପରେ ଆଜି ଅଭିଯୁକ୍ତ ବବୁଲୁ ତିୱାରୀକୁ କୋର୍ଟ ଚାଲାଣ କରାଯାଇଛି। ଅଂଚଳକୁ ନିଶାମୁକ୍ତ କରିବା ପାଇଁ ପୋଲିସର ଏଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande