ବରିଷ୍ଠ ଶିକ୍ଷୟିତ୍ରୀ ଦେବଜାନୀ ସେନାପତିଙ୍କୁ ପ୍ରଥମ ବାର୍ଷିକରେ ଶ୍ରଦ୍ଧାଞ୍ଜଳି
ଭଦ୍ରକ, ୨୭ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବିଜ୍ଞାପିତ ଅଂଚଳ ଅଧିନ ତିହିଡି ଗ୍ରାମର ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱର୍ଗତା ଦେବଜାନୀ ସେନାପତି (ମୀରା ଦିଦି)ଙ୍କୁ ପ୍ରଥମ ବାର୍ଷିକରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି।ଏହି ଅବସରରେ ଗୁରୁବାର ଅବସରପ୍ରାପ୍ତ ଶିକ୍ଷକ ସଂଘର ସଭାପତି ଶିକ୍ଷାବିତ୍ ସନ୍ୟାସୀ ଚର
DEBJANI SENAPATI SRADHANJALI


ଭଦ୍ରକ, ୨୭ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବିଜ୍ଞାପିତ ଅଂଚଳ ଅଧିନ ତିହିଡି ଗ୍ରାମର ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱର୍ଗତା ଦେବଜାନୀ ସେନାପତି (ମୀରା ଦିଦି)ଙ୍କୁ ପ୍ରଥମ ବାର୍ଷିକରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି।ଏହି ଅବସରରେ ଗୁରୁବାର ଅବସରପ୍ରାପ୍ତ ଶିକ୍ଷକ ସଂଘର ସଭାପତି ଶିକ୍ଷାବିତ୍ ସନ୍ୟାସୀ ଚରଣ ବ୍ରହ୍ମଙ୍କ ପୌରୋହିତ୍ୟ ଓ ସମ୍ପାଦକ ହୃଷୀକେଶ ପାଢ଼ୀଙ୍କ ସଂଚାଳନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପ୍ରଥମେ ସ୍ୱର୍ଗତା ମୀରା ଦିଦିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଜ୍ୱଳନ ଓ ନୀରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ ପ୍ରବଚିକା ଶିକ୍ଷୟିତ୍ରୀ ବିଶ୍ୱ ମୈତ୍ରୀ ନାୟକ ବେଦପାଠ କରିଥିଲେ।ସଭାରେ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ, କୁଳମଣୀ ସାହୁ, ନିତ୍ୟାନନ୍ଦ ନାୟକ, ଗୟାଧର ବଳ, କୃତିବାସ ଜେନା, କୃପାସିନ୍ଧୁ ବାରିକ, ମଥୁରା ମୋହନ ବେହେରା, ଜୟକୃଷ୍ଣ ସେଠୀ, ବସନ୍ତ କୁମାର ଦାସ, ପ୍ରଫୁଲ୍ଲ ରାଉତ, ଅକ୍ଷୟ ବ୍ରହ୍ମ, ନରହରି ନାୟକ ଓ ନିତ୍ୟାନନ୍ଦ ମଲ୍ଲିକ,ପୁତୁରା ନୀଳମାଧବ ସେନାପତି ପ୍ରମୁଖ ସ୍ୱର୍ଗତା ମୀରା ଦିଦି ଜଣେ ସରଳ, ନିଷ୍କପଟ, ଛାତ୍ରବତ୍ସଳା, କର୍ତବ୍ୟନିଷ୍ଠ ଓ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ପରିଚିତଥିଲେ ବୋଲି କହିଥିଲେ। ଶେଷରେ ସ୍ୱର୍ଗତା ମୀରା ଦିଦିଙ୍କ ସ୍ୱାମୀ, ବିଦ୍ୟୁତ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ବାଇଧର ମହାପାତ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଗ୍ରାମବାସୀ କାଳନ୍ଦୀ ପାତ୍ର, ରବୀନ୍ଦ୍ରନାଥ ନାୟକ, ଝିଆରୀ ଶିକ୍ଷୟିତ୍ରୀ ଇନ୍ଦିରା ଶୁଭଦର୍ଶନୀ କର, ପ୍ରତୀକ ପଣ୍ଡା, ଓମ୍ ପଣ୍ଡା, ସତ୍ୟ ସୁନ୍ଦର ପଣ୍ଡା, ତାପସ କୁମାର ପଣ୍ଡା ଏବଂ ପରିବାର ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande