ହିଣ୍ଡାଲକୋ ପକ୍ଷରୁ ଫୂଟବଲ ଖେଳାଳି ପ୍ରତିଭା ଅନ୍ୱେଷଣ
ହିଣ୍ଡାଲକୋ ପକ୍ଷରୁ ଫୂଟବଲ ଖେଳାଳି ପ୍ରତିଭା ଅନ୍ୱେଷଣ
ହିଣ୍ଡାଲକୋ ପକ୍ଷରୁ ଫୂଟବଲ ଖେଳାଳି ପ୍ରତିଭା ଅନ୍ୱେଷଣ


ହିଣ୍ଡାଲକୋ ପକ୍ଷରୁ ଫୂଟବଲ ଖେଳାଳି ପ୍ରତିଭା ଅନ୍ୱେଷଣ


ସମ୍ବଲପୁର, ୨୭, ଜୁନ୍ (ହି.ସ.) ହିଣ୍ଡାଲକୋ, ହୀରାକୁଦ ଓ ସୁଦେବା ଫୂଟବଲ କ୍ଲବ, ଦିଲ୍ଲୀ ଦ୍ୱାରା ହୀରାକୁଦ,ସମ୍ବଲପୁର ଓ ଆଖପାଖ ଅଂଚଳର ଖେଳାଳି ମାନଙ୍କ ପାଇଁ ଏକ ଫୁଟବଲ ଖେଳାଳି ପ୍ରତିଭା ଅନ୍ୱେଷଣ ଶିବିର ହୀରାକୁଦ ର ସୁବାଷ ମୈଦାନ ରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ୨୧ ବର୍ଷ ବୟସ ପର୍ଯ୍ୟନ୍ତ ବିଭିନ୍ନ ବର୍ଗ ର ୧୭୫ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଶିବିରର ସୁପାରିଶ ଅନୁଯାୟୀ ଯୋଗ୍ୟ ବିବେଚିତ ଖେଳାଳି ମାନେ ଦିଲ୍ଲୀ ର ସୁବେଦା ଫୁଟବଲ କ୍ଲବ ରହି ପ୍ରଶିକ୍ଷଣ ସହିତ ଭବିଷ୍ୟତ ଗଠନ କରିବେ। ହୀରାକୁଦ ଶିବିରରେ ମଣିପୁର ରୁ ଉକ୍ଷମ ସିଂ, ସୁଦେବା ଫୂଟବଲ କ୍ଲବର ଦିଲ୍ଲୀ ର ବରିଷ୍ଠ ଫୂଟବଲ ପ୍ରଶିକ୍ଷକ ଉପସ୍ଥିତ ରହି ଖେଳାଳି ମାନଙ୍କର ଖେଳ ଦକ୍ଷତା କୁ ପରଖି ବା ସହ ଉତମ ଫୂଟବଲ ଖେଳ କୌଶଳ ର ପଦ୍ଧତି ପ୍ରଦାନ କରିଥିବା ବେଳେ ଡ଼ିଏଏ ର ସମ୍ପାଦକ ସୁନୀଲ ସାହୁ, ହୀରାକୁଦ କ୍ରୀଡା ସଂଘ ର ସଭାପତି ଗଣେଶ ପଲାଇ, କାର୍ଯ୍ୟକାରୀ ସଭାପତି ସଚ୍ଚିକାନ୍ତ ମିଶ୍ର,ସମ୍ପାଦକ ପ୍ରତାପ ତାଣ୍ଡି ଉପସ୍ଥିତ ରହି ହିଣ୍ଡାଲକୋ ଅଂଚଳରେ ଖେଳର ଉନ୍ନତି ପାଇଁ କରୁଥିବା ପ୍ରୟାସକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ହିଣ୍ଡାଲକୋ ସି ଏସ୍ ଆର୍ ଉପଦେଷ୍ଟା ସୁକାନ୍ତ କୁମାର ମହାପାତ୍ର, ବିଭାଗୀୟ ମୁଖ୍ୟ ଆନନ୍ଦ ଚକ୍ରବର୍ତୀ, ସିଏସଆର ବିଭାଗର ଜୟଶ୍ରୀ ରାଓ, , ମିଲନ କୁମାର ସାହୁ, ସୁଦେଶ କୁମାର ନାଗ୍ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande