ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ବଲାଙ୍ଗିର, ୨୭ ଜୁନ୍ (ହି.ସ.) ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଶିବିର ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ବଲାଙ୍ଗୀର ଠାରେ ଅନୁଷ୍ଠିତ ହୋଇଥିଲା। ଏହି ସ୍ୱାସ୍ଥ୍ୟ ଶିବିର ରେ ମାଗଣା ଔଷ
ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ।

ବଲାଙ୍ଗିର, ୨୭ ଜୁନ୍ (ହି.ସ.) ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଶିବିର ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ବଲାଙ୍ଗୀର ଠାରେ ଅନୁଷ୍ଠିତ ହୋଇଥିଲା। ଏହି ସ୍ୱାସ୍ଥ୍ୟ ଶିବିର ରେ ମାଗଣା ଔଷଧ ଓ ମାଗଣା ରକ୍ତ ପରୀକ୍ଷା କରାଯିବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା । ଏହି ଶିବିର ରେ ସ୍ଥାନୀୟ ଆଶା କର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ଷ୍ଟାଫ ଯୋଗ ଦେଇଥିଲେ। ଏହି ସ୍ୱାସ୍ଥ୍ୟ ଶିବିର ରେ ଡାକ୍ତର ନନ୍ଦ କିଶୋର ପାଢ଼ୀ ଓ ରାଜେନ୍ଦ୍ର ଯୁବକ ସଂଘ ର ପରିଚାଳକ ରାଜେନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ। ଏହି ସ୍ୱାସ୍ଥ୍ୟ ଶିବିର ଟିକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ତରଫରୁ ଏ.ପି.ଏମ ରାମାନୁଜ ପଣ୍ଡା ଓ ୟୁ.ଡି.ଏମ ଅନିଲ କୁମାର ମହାକୁର ତଦାରଖ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିର ରେ ୧୧୫ ରୁ ଉର୍ଦ୍ଧ ବରିଷ୍ଠ ରୋଗୀ ମାଗଣା ସେବା ଲାଭ କରିଥିଲେ। ଉକ୍ତ ସ୍ୱାସ୍ଥ୍ୟ ଶିବିର ଟି ସୁଚାରୁ ରୂପେ ପରିଚାଳିତ ହେଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande