ଇସ୍କଫ୍ ପକ୍ଷରୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଆଲୋଚନା ଚକ୍ର
କେନ୍ଦ୍ରାପଡ଼ା, ୨୭ ଜୁନ୍(ହି.ସ.) – ପ୍ରାଥମିକ ଓ ପ୍ରାକ୍-ପ୍ରସ୍ତୁତି ସ୍ତର ପାଇଁ ପ୍ରକାଶିତ ପାଠ୍ୟ ପୁସ୍ତକରେ ଗୁରୁତର ତୃଟି ବିଚ୍ୟୁତି ହେଉଛି ଜାତୀୟ ଶିକ୍ଷା ନୀତି -୨୦୨୦ର ଅବଶ୍ୟମ୍ଭାବୀ ଫଳ ବୋଲି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂଘ ପକ୍ଷରୁ
ଇସ୍କଫ୍ ପକ୍ଷରୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଆଲୋଚନାଚକ୍ର


କେନ୍ଦ୍ରାପଡ଼ା, ୨୭ ଜୁନ୍(ହି.ସ.) – ପ୍ରାଥମିକ ଓ ପ୍ରାକ୍-ପ୍ରସ୍ତୁତି ସ୍ତର ପାଇଁ ପ୍ରକାଶିତ ପାଠ୍ୟ ପୁସ୍ତକରେ ଗୁରୁତର ତୃଟି ବିଚ୍ୟୁତି ହେଉଛି ଜାତୀୟ ଶିକ୍ଷା ନୀତି -୨୦୨୦ର ଅବଶ୍ୟମ୍ଭାବୀ ଫଳ ବୋଲି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂଘ ପକ୍ଷରୁ ଆୟୋଜିତ ଶିକ୍ଷା ବ୍ୟବସ୍ଥାରେ ଦୁର୍ଗତିର କାରଣ ଓ ନିରାକରଣ’ ଶୀର୍ଷକ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି। ଲ' କଲେଜ କଲୋନୀ ସ୍ଥିତ ଶ୍ରୀ ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନର ବିକଳ୍ପ ବିଚାର ମଂଚ ସଭାଗୃହରେ ସଂଗଠନର ସଭାପତି ଡଃ ବାସୁଦେବ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଆଲୋଚନାରେ ପ୍ରାଧ୍ୟାପକ ନନ୍ଦକିଶୋର ପରିଡ଼ା ମୁଖ୍ୟ ଆଲୋଚକ, ଓଡ଼ିଶା ଶିକ୍ଷା ବଂଚାଅ ସମିତିର ଜିଲ୍ଲା ସଭାପତି ପବିତ୍ର ମୋହନ ପଟ୍ଟନାୟକ ବିଶିଷ୍ଟ ଆଲୋଚକ ରୂପେ ଯୋଗଦେଇ ଏପରି ମତବ୍ୟକ୍ତ କରିବା ସହ ବର୍ତମାନର ଅବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରକାଶିତ ପାଠ୍ୟପୁସ୍ତକକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ସହ ରାଜ୍ୟର ବିଶିଷ୍ଟ ଶିକ୍ଷାବିତ୍ମାନଙ୍କୁ ନେଇ ନୂତନ ବିଷୟବସ୍ତୁ ପ୍ରସ୍ତୁତ କରିବା ପାଇଁ ଦାବି କରିଥିଲେ। ସମ୍ପାଦକ ଆଦିକନ୍ଦ ରାଉଳ ଭିତିପତ୍ର ଉପସ୍ଥାପନ କରିଥିବାବେଳେ ଅବଧୂତ ରାଉତ ଅତିଥି ପରିଚୟ ଓ ମହେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ମୋହନ ଜେନା, ଅଧ୍ୟାପକ ଅଜୟ ସାମଲ, ଡଃ ଚୈତନ୍ୟ ଚରଣ ପରିଡ଼ା, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ରବୀନ୍ଦ୍ର ପ୍ରସାଦ ଜେନା, ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ, କବି କରୁଣାକର ଦାସ, ରଣଧୀର ଜେନା, ଗୟାଧର ଧଳ, ଶୈଳବାଳା ସାମଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande