ବଜ୍ରପାତରେ ଘରେ ଲାଗିଲା ନିଆଁ ତିନି ଆହତ
କେନ୍ଦ୍ରାପଡ଼ା, ୨୭ ଜୁନ୍(ହି.ସ.) – କାଳବୈସାଖୀର ପ୍ରଭାବରେ ରାଜକନିକା ବ୍ଲକ ପାରିନୂଆପଡ଼ା-ହାବଳଗଣ୍ଡ ପଂଚାୟତ ହାବଳଗଣ୍ଡ ପାଟଣା ଗାଁର ବଚନ ମଲିକ ଓ ଅକ୍ଷୟ ମଲିକ ଦୁଇଟି ପରିବାରର ଲୋକମାନେ ଘରେ ଥିବାବେଳେ ଘରେ ବଜ୍ରପାତ ହୋଇଥିଲା, ବଜ୍ରପାତରେ ଦୁଇଟି ଘର ନିଆଁ ଲାଗି ଯାଇଥିଲା ବେଳେ ସ୍ଥାନୀୟ ଲୋକମାନେ ନ
ବଜ୍ରପାତରେ  ଘରେ ଲାଗିଲା ନିଆଁ ତିନି ଆହତ


କେନ୍ଦ୍ରାପଡ଼ା, ୨୭ ଜୁନ୍(ହି.ସ.) – କାଳବୈସାଖୀର ପ୍ରଭାବରେ ରାଜକନିକା ବ୍ଲକ ପାରିନୂଆପଡ଼ା-ହାବଳଗଣ୍ଡ ପଂଚାୟତ ହାବଳଗଣ୍ଡ ପାଟଣା ଗାଁର ବଚନ ମଲିକ ଓ ଅକ୍ଷୟ ମଲିକ ଦୁଇଟି ପରିବାରର ଲୋକମାନେ ଘରେ ଥିବାବେଳେ ଘରେ ବଜ୍ରପାତ ହୋଇଥିଲା, ବଜ୍ରପାତରେ ଦୁଇଟି ଘର ନିଆଁ ଲାଗି ଯାଇଥିଲା ବେଳେ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ କାରିଥିଲେ। ଘରେ ଥିବା ତିନିଜଣ ଆହତ ହୋଇ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଗାଁର ବଚନ ମଲିକ(୨୮)ଙ୍କ ପେଟରେ ଆଘାତ ଲାଗିଥିବା ବେଳେ, ପତ୍ନୀ ସନ୍ତୋଷୀ ମଲିକ(୨୧)ଙ୍କ ଛାତିରେ ଆଘାତ ଲାଗିଛି। ସେହିପରି ପୂଜାରାଣୀ ମଲିକ(୨୮) ସ୍ୱା-ଅକ୍ଷୟ ମଲିକଙ୍କ କାନକୁ ଶୁଭାଯାଉନଥିବା କହିଛନ୍ତି। ତେବେ ସମସ୍ତ ୩ଜଣ ଏବେ ଭଲଥିବା ଡାକ୍ତର ତୁଷାରକନ୍ତି ମିଶ୍ର କହିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande