
ସମ୍ବଲପୁର, ୨୮ ଜୁନ୍(ହି.ସ.) – ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ରବିବାର ଦିନ ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପାଇଁ ପୋଲିଓ ଟୀକାକରଣ ଅଭିଯାନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ତିନୋଟି ପର୍ଯ୍ୟାୟରେ ମୋଟ ୧,୩୫୯ ଜଣ ଶିଶୁଙ୍କୁ ପୋଲିଓ ଟୀକା ପ୍ରଦାନ କରାଯାଇଛି।
ଅଞ୍ଚଳର ୧୧ଟି ବୁଥ୍ ମାଧ୍ୟମରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ଏଏନଏମ୍ମାନେ ଘରେ ଘରେ ଯାଇ ଏବଂ ନିର୍ଦ୍ଧାରିତ କେନ୍ଦ୍ରଗୁଡ଼ିକରେ ୧,୩୩୮ ଜଣ ଓ ମୋବାଇଲ ଟିମ ୨୧ ଜଣ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ କରାଯାଇଥିଲା। କୌଣସି ଶିଶୁ ଯେପରି ଟିକାକରଣରୁ ବଂଚିତ ନହୁଅନ୍ତି, ସେଥିପାଇଁ ସୁପରଭାଇଜର ଓ ମୋବାଇଲ ଟିମ୍ ସକ୍ରିୟ ଭାବେ କାର୍ଯ୍ୟ କରିଥିଲେ। ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ୍ ଆଦି ସ୍ଥାନରେ ଥିବା ଶିଶୁମାନଙ୍କୁ ମଧ୍ୟ ପୋଲିଓ ଟିକା ପ୍ରଦାନ କରାଯାଇଥିଲା।
ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଆଦିତ୍ୟ କୁମାର କରଙ୍କ ତତ୍ୱାବଧାନରେ ସମଗ୍ର ଟିକାକରଣ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ