
ଭୁବନେଶ୍ୱର, ୨୮ ଜୁନ୍ (ହି.ସ) - ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାଲେଶ୍ୱର ବିଧାୟକ ମାନସ କୁମାର ଦତ ତାଙ୍କ ଦ୍ୱାରା ପ୍ରକାଶିତ କଥାରୁ କାମ ପର୍ଯ୍ୟନ୍ତ - ୨ ବର୍ଷର ହିସାବ ପୁସ୍ତକ ପ୍ରଦାନ କରିଛନ୍ତି। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ବାଲେଶ୍ୱର ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏସମ୍ପର୍କରେ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତି ଅବସରରେ ଆମ ଦଳର ବାଲେଶ୍ୱର ବିଧାୟକ ମାନସ କୁମାର ଦତଙ୍କ ଦ୍ୱାରା ପ୍ରକାଶିତ କଥାରୁ କାମ ପର୍ଯ୍ୟନ୍ତ - ୨ ବର୍ଷର ହିସାବ ପୁସ୍ତକ ସିଧାସଳଖ ତାଙ୍କର ସେବା କାର୍ଯ୍ୟକୁ ଦର୍ଶାଉଛି। ଏହି ଆନୁଷ୍ଠାନିକ ପ୍ରୟାସ ଏବଂ ଜନହିତକର କାର୍ଯ୍ୟଧାରା ପ୍ରଶଂସନୀୟ । ବିକାଶର ଏହି ଅଦମ୍ୟ ଧାରା ଆଗକୁ ମଧ୍ୟ ଏମିତି ଜାରି ରହୁ, ଏହା କାମନା । ତାଙ୍କୁ ଶୁଭେଚ୍ଛା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା