
ବଲାଙ୍ଗିର, ୨୮ ଜୁନ୍ (ହି.ସ.)-
ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ସ୍ଥିତ ବଲାଙ୍ଗିର କରାଟେ ସ୍କୁଲର ବେଲ୍ଟ ପରିକ୍ଷା ତା.୨୭ ଓ ୨୮ ଜୁନ ଦୁଇ ଦିନ ଧରି ସ୍କୁଲର ସଂପାଦକ ହୃଦୟ ଶବରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପରିକ୍ଷାରେ ସର୍ବମୋଟ ୩୫ ଜଣ କରାଟେକା ଉନ୍ନିତ ହୋଇଥିଲେ l ମୁଖ୍ୟ ଅତିଥି ଜେଆଇଟିଏମ୍ କଲେଜର ଅଧ୍ୟକ୍ଷ ଡ. ଅନଙ୍ଗ ଉଦୟ ନାଏକ, ବଲାଙ୍ଗିର କରାଟେ ସଂଘର ମୁଖ୍ୟ ଉପଦେଷ୍ଟା ତଥା ପରୀକ୍ଷକ ମାନୁଏଲ ନାଗ ଓ କରାଟେ ସ୍କୁଲର ସଭାପତି ସଚିଦାନନ୍ଦ ବାଗଙ୍କ ଉପସ୍ଥିତିରେ କୃତି କରାଟେକାମାନଙ୍କୁ ମାନପତ୍ର ଓ ବେଲ୍ଟ ପ୍ରଦାନ କରିଥିଲେ ।
ୟେଲୋ ବେଲ୍ଟରେ ସକେତ କୁମାର ହୋତା, ପ୍ରିୟାଂଶୁ ଶେଖର ଭାଟି, ସ୍ୱାଗତିକା ତ୍ରିପାଠି, ଶ୍ରୀତ୍ତମ ଭଣ୍ଡ, ସୋମେଶ ନାଗ, ପ୍ରୟାଶ ବଳବନ୍ଦ ରାୟ, ଜିବନେଶ୍ୱର ବେହେରା, ସେଲଫି ଛୁରା, ଆଲିଏନ ତିର୍କୀ, ଅଖିଲେଶ ଦ୍ୱିବେଦୀ, ଆରୁଶି ବେହେରା, ବିକାଶ ସାହୁ, ଜୁଲୈଖା ଖାତୁନ, ଦିବ୍ୟେଶ ଜେନା, ତ୍ରିଶା ଶବର ଓ ହାର୍ଦ୍ଦିକ ବାରିକ । ଅରେଞ୍ଜ ବେଲ୍ଟରେ ଶିବାଙ୍ଗିନୀ ଗୁରୁ, ଆରାଧ୍ୟା ବେହେରା ଓ ଆଦଶ୍ୟାଶ ବେହେରା । ଗ୍ରିନ ବେଲ୍ଟରେ ଶ୍ୟାମାରାନୀ ଖୁଆସ, ଅଭିନନ୍ଦନ ସ୍ୱାମୀ, ହିତେଶ ବେହେରା, ଆଶିର୍ବାଦ ଦାସ, ପଲ୍ଲବି ନାଏକ, ଚନ୍ଦନ ବାଗ, ଅଂଶୁମାନ ଧରୁଆ, ଶ୍ରୀୟାଂଶି ମେହେର, ଇଭାନ ପ୍ରଧାନ ଓ ଶଲୈଶ ବିଶ୍ୱାଲ । ବ୍ଲୁ ବେଲ୍ଟରେ ଜଶୋବନ୍ତ କୁମ୍ଭାର, କାବ୍ୟାରାନୀ ହଂସ, ପ୍ରତିକ୍ଷାରାଣୀ ପୁଟା ଓ ଶ୍ରୀୟା ସାହୁ । ବ୍ରାଉନ ବେଲ୍ଟରେ ଆରାଧ୍ୟା ଦିବ୍ୟରାଣୀ ସାହୁ, ଜସମିନ ସାହୁ ଓ ପିୟୁଶ ଭୋଇ ପରୀକ୍ଷାରେ ସଫଳ ଭାବରେ ଉନ୍ନିତ ହୋଇଛନ୍ତି ।
ପରୀକ୍ଷା କେନ୍ଦ୍ରକୁ କରାଟେ ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ ପରିଚାଳିତ କରିଥିବା ବେଳେ ରେଖା ମନହିରା, ବିନୋଦିନୀ ଠେଲ, ଆଦିତା ସିଂ ବାରିକ, କ୍ରିଷ୍ଣା ନାଏକ, ଆନନ୍ଦିତା ସାହୁ, ଲୋକେଶ ବାଗ, ଆୟୁଶ ମେହେର ଓ ଅଭିଭାବକମାନେ ସହଯୋଗ କରିଥିଲେ । ଶେଷରେ ସ୍କୁଲର ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ