ରେଙ୍ଗାଲିରେ କାର ପିକ୍ଅପ୍ ମୁହାଁମୁହିଁ , ଅଳ୍ପକେ ବର୍ତ୍ତିଲେ କାର ଚାଳକ
ରେଙ୍ଗାଲିରେ କାର ପିକ୍ଅପ୍ ମୁହାଁମୁହିଁ , ଅଳ୍ପକେ ବର୍ତ୍ତିଲେ କାର ଚାଳକ
ରେଙ୍ଗାଲିରେ କାର ପିକ୍ଅପ୍ ମୁହାଁମୁହିଁ , ଅଳ୍ପକେ ବର୍ତ୍ତିଲେ କାର ଚାଳକ

ସମ୍ବଲପୁର, ୨୮, ଜୁନ୍ (ହି.ସ.)

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଗଣେଶ ନଗର ଛକ ନିକଟରେ ରବିବାର ଦିନ ୧୨ଟା ବେଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରେଙ୍ଗାଲିରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଓଡି୨୩ ୟୁ ୫୮୬୩ ନମ୍ବରର ଦ୍ରୁତଗାମୀ କାର ସହ ବିପରୀତ ଦିଗରୁ ଆସୁଥିବା ଏକ ପିକ୍ଅପ୍ ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣାରେ କାରର ସମ୍ମୁଖ ଭାଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାରରେ ଥିବା ଆରୋହୀମାନେ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସହାୟତା କରିଥିଲେ।

ଖବର ପାଇ ରେଙ୍ଗାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande