ସମ୍ବିଧାନ ହତ୍ୟା ଦିବସ
କେନ୍ଦ୍ରାପଡ଼ା, ୨୮ ଜୁନ୍(ହି.ସ.) – ସମ୍ବିଧାନ ହତ୍ୟା ଦିବସ ଗଣତନ୍ତ୍ରର ହତ୍ୟାକାରୀ ଏକଚ୍ଛତ୍ରବାଦୀ କଂଗ୍ରେସ ସରକାର ଦ୍ୱାରା ଜରୁରୀକାଳୀନ ପରିସ୍ଥିିତି ଲାଗୁ କରାଯିବାର ୫୧ବର୍ଷ ପୂର୍ତି ଉତ୍ସବ କେନ୍ଦ୍ରାପଡ଼ା ଗରାପୁର ଘରୋଇ ମଣ୍ଡପ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବି
ସମ୍ବିଧାନ ହତ୍ୟା ଦିବସ


କେନ୍ଦ୍ରାପଡ଼ା, ୨୮ ଜୁନ୍(ହି.ସ.) – ସମ୍ବିଧାନ ହତ୍ୟା ଦିବସ ଗଣତନ୍ତ୍ରର ହତ୍ୟାକାରୀ ଏକଚ୍ଛତ୍ରବାଦୀ କଂଗ୍ରେସ ସରକାର ଦ୍ୱାରା ଜରୁରୀକାଳୀନ ପରିସ୍ଥିିତି ଲାଗୁ କରାଯିବାର ୫୧ବର୍ଷ ପୂର୍ତି ଉତ୍ସବ କେନ୍ଦ୍ରାପଡ଼ା ଗରାପୁର ଘରୋଇ ମଣ୍ଡପ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, ଆଜିର ନୂଆପିଢ଼ି ଅତ୍ୟନ୍ତ ଶିକ୍ଷିତ ଓ ନୂତନ ଜ୍ଞାନ କୌଶଳ ପ୍ରୟୋଗରେ ଦକ୍ଷ। ସେମାନେ ଦେଶର ରାଜନୀତିକ ଇତିହାସ ଜାଣିବା ଦରକାର। ଦେଶକୁ ଆଗକୁ ନେବା ପାଇଁ ଯୁବପିଢ଼ିମାନେ ଜାଗ୍ରତ ହେବା ଦରକାର। ନୂଆ ଦିଗଦର୍ଶନ ସହିତ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ରାଜନୀତିକ ଇତିହାସକୁ ଅଧ୍ୟୟନ କରିବା ଆବଶ୍ୟକ। ଯେଉଁମାନେ ଦେଶପାଇଁ ଆନ୍ଦୋଳନ କରି କରାବରଣ କରି ସମ୍ବିଧାନକୁ ସୁରକ୍ଷା ଦ୍ୱାରା ନୂତନ ଭାରତ ଗଠନ ଦିଗରେ ପ୍ରେରଣା ମିଳୁଛି। ଭାରତ ବର୍ଷ ପାଇଁ ଜୀବନ ଯୌବନ ତନ, ମନ, ଧନ ଦେଇ ଦେଶର ଓ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷାପାଇଁ କାର୍ଯ୍ୟ କରି କାରାବରଣ କରୁଥିବା ଜରୁରୀକାଳୀନ ବନ୍ଦୀମାନକୁ ସମ୍ବର୍ଦ୍ଧିତ କରାଯାଇ ଥିଲା ଭାଷା ସାହିତ୍ୟ ସଂସ୍କୃତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ସହିତ ବହୁ ପ୍ରମୁଖ ନେତା ଶତାଧିକ କର୍ମୀ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande