ଧାମନଗରରେ ବାଲି ଚୋରାଚାଲାଣ ଉପରେ ପୁଲିସର ଚଢ଼ାଉ, ଗୋଟିଏ ବାଲି ବୋଝେଇ ହାଇୱା ଜବତ
ଭଦ୍ରକ, ୨୮ ଜୁନ୍ (ହି.ସ.) - ବେଆଇନ ବାଲି ଚୋରାଚାଲାଣ ଉପରେ ଧାମନଗର ପୁଲିସ ପୁଣି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ରବିବାର ସକାଳେ ସେଣ୍ଢପୁର-ଧାମନଗର ମୁଖ୍ୟ ରାସ୍ତାରେ ପୁଲିସ ପକ୍ଷରୁ ଯାଂଚ କରାଯାଇ ବାଲି ବୋଝେଇ କରି ଯାଉଥିବା ଗୋଟିଏ ୧୨ ଚକିଆ ହାଇୱା ଅଟକାଯାଇଥିଲା। ଏଥିରେ ଗାଡ଼ିର ଉଭର ଲୋର୍ଡ ଥିବା
DHAMNAGAR BALI BOJHEI HIWA JABAT


ଭଦ୍ରକ, ୨୮ ଜୁନ୍ (ହି.ସ.) - ବେଆଇନ ବାଲି ଚୋରାଚାଲାଣ ଉପରେ ଧାମନଗର ପୁଲିସ ପୁଣି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ରବିବାର ସକାଳେ ସେଣ୍ଢପୁର-ଧାମନଗର ମୁଖ୍ୟ ରାସ୍ତାରେ ପୁଲିସ ପକ୍ଷରୁ ଯାଂଚ କରାଯାଇ ବାଲି ବୋଝେଇ କରି ଯାଉଥିବା ଗୋଟିଏ ୧୨ ଚକିଆ ହାଇୱା ଅଟକାଯାଇଥିଲା। ଏଥିରେ ଗାଡ଼ିର ଉଭର ଲୋର୍ଡ ଥିବା ସହ ଯାଞ୍ଚ ବେଳେ ଗାଡ଼ି ଚାଳକ ବାଲି ପରିବହନ ସମ୍ପର୍କିତ ବୈଧ କାଗଜପତ୍ର ଦେଖାଇପାରିନଥିବାରୁ ଗାଡ଼ିକୁ ଜବତ କରାଯାଇ ଧାମନଗର ଥାନାରେ ଅଟକ ରଖାଯାଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ବୈତରଣୀ ଓ ଗେଙ୍ଗୁଟି ନଦୀର ବିଭିନ୍ନ ବାଲିଘାଟର ନିଲାମ ନଥିବା ସତ୍ୱେ ଦୀର୍ଘଦିନ ଧରି ବେଆଇନ ଭାବେ ବାଲି ଉତୋଳନ ଓ ଚୋରାଚାଲାଣ ହେଉଥିବା ଅଭିଯୋଗ ଉଠିଆସୁଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିଲେ। ରବିବାରର ଏହି କାର୍ଯ୍ୟାନୁଷ୍ଠାନ ପରେ ବେଆଇନ ବାଲି କାରବାର ଉପରେ ପ୍ରଶାସନ ଆହୁରି କଡ଼ା ନଜର ରଖିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande