
ସମ୍ବଲପୁର, ୨୮, ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁଟୁରାଚୁଆଁ ପଞ୍ଚାୟତ ଅନ୍ତର୍ଗତ ସାତକମା ଗ୍ରାମ ପରିଦର୍ଶନ ପରେ ଗ୍ରାମବାସୀଙ୍କ ସମସ୍ୟା ଶୁଣିଲେ ମନ୍ତ୍ରୀ ରବି ନାରାୟଣ ନାୟକ
ରବିବାର ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ଗ୍ରାମରେ ଆୟୋଜିତ ଏହି ବୈଠକରେ ଗ୍ରାମବାସୀମାନେ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ଏହି ଅବସରରେ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ଓ ବିକାଶମୂଳକ ପଦକ୍ଷେପ ନେଇ ଆଲୋଚନା ହୋଇଥିଲା। ବିଶେଷକରି ସ୍ଥାନୀୟ ବନ୍ଧରେ ପାଣି ଶୁଖିଯିବା ସମସ୍ୟା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଗ୍ରାମବାସୀଙ୍କ ସମସ୍ୟାର ଯଥାଶୀଘ୍ର ସମାଧାନ ଏବଂ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ