ସିସିଏଙ୍କ ବିୟୋଗରେ ଜିଲ୍ଲା ସିସିଏ ସଂଘ ତରଫରୁ ଶ୍ରଦ୍ଧାଞ୍ଜଳୀ
ନୂଆପଡ଼ା, ୨୮ ଜୁନ (ହି.ସ.)- ନୂଆପଡା ଜିଲ୍ଲା ଅନୁସୁଚିତ ଜାତୀ ଅନୁସୁଚିତ ଜନଜାତୀ ଉନ୍ନୟନ ବିଭାଗ ଅଧିନରେ ନୂଆପଡା ଜିଲ୍ଲା ବୋଡ଼େନ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ସିସିଏ ବୈଷ୍ଣବ ମାଝୀଙ୍କର ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ନୂଆପଡା ଜିଲ୍ଲା ସିସିଏ ସଂଘ ଗଭୀର ଶୋକ ପ୍ରକାଶ କରି ତାଙ୍କ ସାମାଜିକ କ
Jilla CCA Sangha shraddhanjali


ନୂଆପଡ଼ା, ୨୮ ଜୁନ (ହି.ସ.)- ନୂଆପଡା ଜିଲ୍ଲା ଅନୁସୁଚିତ ଜାତୀ ଅନୁସୁଚିତ ଜନଜାତୀ ଉନ୍ନୟନ ବିଭାଗ ଅଧିନରେ ନୂଆପଡା ଜିଲ୍ଲା ବୋଡ଼େନ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ସିସିଏ ବୈଷ୍ଣବ ମାଝୀଙ୍କର ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ନୂଆପଡା ଜିଲ୍ଲା ସିସିଏ ସଂଘ ଗଭୀର ଶୋକ ପ୍ରକାଶ କରି ତାଙ୍କ ସାମାଜିକ କାର୍ଯ୍ୟରେ ବୋଡେନ ବ୍ଲକର କମଲାମାଲ ଗ୍ରାମରେ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ଶାନ୍ତ୍ବନା ଦେବା ସହିତ ଆଗାମୀ ଦିନରେ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ।

ଉକ୍ତ କାର୍ଯକ୍ରମରେ ସିସିଏ ଜିଲ୍ଲା ସଭାପତି ଭୈରବ ସାହୁ, ସମ୍ପାଦକ ସତ୍ୟାନନ୍ଦ ଵେହେରା, ସୁଦର୍ଶନ ଶବର, ଟିକଚନ ମାଝୀ, ଅଶୋକ ମାଝୀ, ଭ୍ରମର ମାଝୀ, କୈଳାଶ ମାଝୀ, ବିରଞ୍ଚି ମାଝୀ, ବାଲେଶ୍ବର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande