ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି, ୨୮ ଜୁନ୍ (ହି.ସ.)- ମାଓ ବିରୋଧୀ ଅପରେସନରେ ମାଲକାନଗିରି ପୋଲିସକୁ ମିଳିଛି ବଡ ସଫଳତା। ଆନ୍ଧ୍ର -ଓଡିଶା ସୀମାନ୍ତରୁ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଜବତ ସାମଗ୍ରୀ ଆନ୍ଧ୍ର- ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସିପ
ବିପୁଳ ପରିମାଣ ବିସ୍ଫୋରକ ସାମଗ୍ରୀ ଜବତ


ମାଲକାନଗିରି, ୨୮ ଜୁନ୍ (ହି.ସ.)-

ମାଓ ବିରୋଧୀ ଅପରେସନରେ ମାଲକାନଗିରି ପୋଲିସକୁ ମିଳିଛି ବଡ ସଫଳତା। ଆନ୍ଧ୍ର -ଓଡିଶା ସୀମାନ୍ତରୁ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଜବତ ସାମଗ୍ରୀ ଆନ୍ଧ୍ର- ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସିପି ପ୍ରକାଶ କରିଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ୨ଟି ଏସଏଲଆର ବନ୍ଧୁକ, ୨ଟି ଦେଶୀ ପିସ୍ତଲ, ଗୋଟିଏ ୟୁଏସେ ନିର୍ମିତ ପିସ୍ତଲ, ଗୋଟିଏ ଥ୍ରୀ ନଟ ଥ୍ରୀ ବନ୍ଧୁକ, ଦୁଇଟି ଆଇଡି, ଗୋଟିଏ କ୍ଲେମର ମାଇନ, ୪ଟି ବିଜିଏଲ ସେଲ ସମେତ ୩୭ ପ୍ରକାର ମାଓ ସାମଗ୍ରୀ ଜବତ କରାଯାଇଛି ।

ଗତ ୯ ଜୁନ ରେ ମଧ୍ୟ ମାଲକାନଗିରି କିରିମିଟି ଓ କଟୁଆପଦର ଜଙ୍ଗଲରୁ ମାଲକାନଗିରି ପୋଲିସ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande