ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : କୋରାପୁଟ ଜିଲ୍ଲାର କୋରାପୁଟରେ ସର୍ବାଧିକ ୯୭.୦ ମି.ମି. ବର୍ଷା
ଭୁବନେଶ୍ୱର, ୨୮ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟ ଜିଲ୍ଲାର କୋରାପୁଟରେ ସର୍ବାଧିକ ୯୭.୦ ମି.ମି. ବର୍ଷା ରେକର୍ଡ ହୋଇଛି । ସେହିପରି ଢ଼େଙ୍କାନାଳ ଜିଲ୍ଲାର ଭୁବନରେ ୮୪.୦ ମି.ମି., ନୂଆପଡା ଜିଲ୍ଲାର ଖଡିଆଳରେ ୭୯.୦ ମି
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : କୋରାପୁଟ ଜିଲ୍ଲାର କୋରାପୁଟରେ ସର୍ବାଧିକ ୯୭.୦ ମି.ମି. ବର୍ଷା


ଭୁବନେଶ୍ୱର, ୨୮ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟ ଜିଲ୍ଲାର କୋରାପୁଟରେ ସର୍ବାଧିକ ୯୭.୦ ମି.ମି. ବର୍ଷା ରେକର୍ଡ ହୋଇଛି ।

ସେହିପରି ଢ଼େଙ୍କାନାଳ ଜିଲ୍ଲାର ଭୁବନରେ ୮୪.୦ ମି.ମି., ନୂଆପଡା ଜିଲ୍ଲାର ଖଡିଆଳରେ ୭୯.୦ ମି.ମି., ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରିରେ ୭୦.୦ ମି.ମି., ବାଲେଶ୍ୱର ଜିଲ୍ଲାର ବାହାନଗାରେ ୬୦.୦ ମି.ମି., ନୂଆପଡା ଜିଲ୍ଲାର ବୋଡେନରେ ୫୦.୦ ମି.ମି., କେନ୍ଦୁଝର ଜିଲ୍ଲାର ଯୋଡ଼ାରେ ୪୪.୨ ମି.ମି., ନୂଆପଡା ଜିଲ୍ଲାର କୋମନାରେ ୪୩.୦ ମି.ମି., ନୂଆପଡାରେ ୪୦.୪ ମି.ମି., ଯାଜପୁର ଜିଲ୍ଲାର ଦାନଗଦିରେ ୩୬.୨ ମି.ମି., ଗଜପତି ଜିଲ୍ଲାର ଆର.ଉଦୟଗିରିରେ ୩୪.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା(ପିଟିଓ)ରେ ୩୨.୦ ମି.ମି. ଏବଂ ବାଲେଶ୍ୱର ଜିଲ୍ଲାର ଔପଦାରେ ୨୬.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande