ଓଡିଶା ଆଦିତ୍ୟ ବାହିନୀ ନୂତନ ଶାଖା ଗଠିତ
ଭୁବନେଶ୍ୱର , ୨୮ ଜୁନ୍ (ହି.ସ.) - କଟକ ଜିଲ୍ଲାର ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ଯେଶ୍ୱର ଗ୍ରାମର ବାବା ଶ୍ରୀ ଶ୍ରୀ ବୈଦ୍ୟେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ,ରବିବାର ଶଶିଭୂଷଣ ବିଶ୍ୱାଳ ଓ କୁଲୁ ବସ୍ତି ଙ୍କ ଆହ୍ୱାନରେ ବୈଦ୍ଯେଶ୍ୱର ଗ୍ରାମର ଗ୍ରାମବାସୀ ମାନଙ୍କୁ ନେଇ ଆଦିତ୍ୟ ବାହିନୀର ତ୍ରୀକୂଟ ଶାଖାନ
tiu90[


ଭୁବନେଶ୍ୱର , ୨୮ ଜୁନ୍ (ହି.ସ.) - କଟକ ଜିଲ୍ଲାର ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ଯେଶ୍ୱର ଗ୍ରାମର ବାବା ଶ୍ରୀ ଶ୍ରୀ ବୈଦ୍ୟେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ,ରବିବାର ଶଶିଭୂଷଣ ବିଶ୍ୱାଳ ଓ କୁଲୁ ବସ୍ତି ଙ୍କ ଆହ୍ୱାନରେ ବୈଦ୍ଯେଶ୍ୱର ଗ୍ରାମର ଗ୍ରାମବାସୀ ମାନଙ୍କୁ ନେଇ ଆଦିତ୍ୟ ବାହିନୀର ତ୍ରୀକୂଟ ଶାଖାନାମରେ ନୂତନ ଶାଖା ଗଠନ କରାଯାଇଛି। ।

ଶାଖା ଗଠନ ପାଇଁ ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧୀଶ ଅନନ୍ତ ଶ୍ରୀ ବିଭୂଷିତ ଶ୍ରୀମଦ୍ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଶ୍ରୀନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ କରକମଳରେ ପ୍ରତିଷ୍ଠିତ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ରଜୀ, ରାଜ୍ୟ ମହାମନ୍ତ୍ରୀ କୁମାର ସତ୍ୟଜିତ ବେଜ, ରାଜ୍ୟ ସଂଗଠନ ସମ୍ପାଦକ ଶୁଭେନ୍ଦୁ ସ୍ୱାଇଁ, ଦେବେନ୍ଦ୍ର ସାମଲ, ପ୍ରାକ୍ତନ ରାଷ୍ଟ୍ରୀୟ ମହାମନ୍ତ୍ରୀ ଆଦିତ୍ୟ ବାହିନୀ ସୁରେଶ ବ୍ରହ୍ମଚାରୀ,ପୂର୍ବ ବିଭାଗର ସମ୍ପର୍କ ସଚିବ ବାହୁବଳେନ୍ଦ୍ର ମଲ୍ଲିକ,ପୂର୍ବ ବିଭାଗର ସଂଗଠନ ସଚିବ ଲିଙ୍ଗରାଜ ପତି,ମାନସ ରଞ୍ଜନ ପଣ୍ଡା,ମାନସ ରଞ୍ଜନ ସ୍ୱାଇଁ, ଉପସ୍ଥିତିରେ ଏହି ଶାଖାକୁ ବିଧିବଦ୍ଧ ଭାବେ ସ୍ୱିକୃତି ପ୍ରଦାନ କରାଗଲା । ପଣ୍ଡିତ ମିଶ୍ରଜୀଙ୍କ ପ୍ରେରଣା ଦାୟକ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ଥିବା ଶତାଧିକ ଗ୍ରାମବାସୀ ଅତ୍ୟନ୍ତ ଅଭିଭୂତ ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande