ଅଧା କାମ ହୋଇ ମୁକୁଳା ପଡିଛି ଡ୍ରେନ
ସାକ୍ଷୀଗୋପାଳ, ୨୮ ଜୁନ୍ (ହି.ସ.)- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ସାକ୍ଷୀଗୋପାଳ ବଡ ବଜାର ମା''ମଉନେଇଁ ମନ୍ଦିର ସମ୍ମୁଖରେ ମଠସାହିକୁ ଯିବାକୁ ରହିଛି ରାସ୍ତା । ଯେଉଁଠି ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଅଧା କାମ ହୋଇ ମୁକୁଳା ପଡିଛି ଡ୍ରେନ । ଏହି ସ୍ଥାନ ସଂକୀର୍ଣ୍ଣ ହୋଇଥିବାରୁ ପ୍
ଅଧା କାମ ହୋଇ ମୁକୁଳା ପଡିଛି ଡ୍ରେନ-


ସାକ୍ଷୀଗୋପାଳ, ୨୮ ଜୁନ୍ (ହି.ସ.)- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ସାକ୍ଷୀଗୋପାଳ ବଡ ବଜାର ମା'ମଉନେଇଁ ମନ୍ଦିର ସମ୍ମୁଖରେ ମଠସାହିକୁ ଯିବାକୁ ରହିଛି ରାସ୍ତା । ଯେଉଁଠି ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଅଧା କାମ ହୋଇ ମୁକୁଳା ପଡିଛି ଡ୍ରେନ । ଏହି ସ୍ଥାନ ସଂକୀର୍ଣ୍ଣ ହୋଇଥିବାରୁ ପ୍ରାୟତଃ ଏଠାରେ ଭିଡ଼ ଲାଗିରହେ । ପ୍ରତିଦିନ ହଜାର ହଜାର ଲୋକ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି । ସ୍କୁଲ ପିଲା ମଧ୍ୟ ଏହି ରାସ୍ତା ଦେଇ ଯିବାଆସିବା କରୁଛନ୍ତି । କୌଣସି ଅଘଟଣ ଘଟିବା ପୂର୍ବରୁ ବିଭାଗୀୟ ଅଧିକାରୀ ଓ ଠିକାଦାର ସଜାଗ ହେବାକୁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତି । ତୁରନ୍ତ ଏହି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande